ଫୁଲବାଣୀ (Santosh Mishra) କନ୍ଧମାଳ ଷ୍ଟାଡିଆମ ଫୁଲବାଣୀରେ ସାଇକଲ ରାଲି ଜରିଆରେ ଲୋକଙ୍କୁ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଆୟୋଜନରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଷ୍ଟାଡିଆମ ଦାୟୀତ୍ୱରେ ଥିବା ଅଧିକାରୀ ଜୀତେନ୍ଦ୍ର କୁମାର ମହାକୁଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ନେହେରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଅନୁପ ବିକ୍ରମ ପାତ୍ର,ରିତାରାଣୀ ସାହାଣୀ ଏବଂ ଅନ୍ୟ ସ୍ୱେଛାସେବୀ ମାନେ ସହାୟତା କରିଥିଲେ । ଏହି ସାଇକଲ ରାଲି କନ୍ଧମାଳ ଷ୍ଟାଡିଅମରୁ ବାହାରି ଫୁଲବାଣୀ ସହରରେ ସାଇକଲ ଚାଳନା ଦ୍ୱାରା ମଧ୍ୟ ଶରୀରକୁ ଫିଟ ରଖାଯାଇ ପାରିବ ଏବଂ ଶରୀରକୁ ସୁସ୍ଥ ରଖିବାକୁ ବ୍ୟାୟାମ କରିବାର ଆବଶ୍ୟତା ରହିଥିବା ନେଇ ବାର୍ତା ପ୍ରଚାର କରାଯାଇଥିଲା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କନ୍ଧମାଳର ସମସ୍ତ ବ୍ଳକରେ ଅନୁଷ୍ଠାନର ସ୍ୱେଛାସେବୀ ମାନଙ୍କ ଦ୍ୱାରା କରାଯିବ ବୋଲି ନେହେରୁ ଯୁବ ସଂଗଠନ ପକ୍ଷରୁ କୁହାଯାଇଛି ।