Odisha news

ଜିଲ୍ଲା ମୁଖ୍ୟ ଚିକିସôାଳୟରେ ତାଲିମପ୍ରାପ୍ତ ପଟ୍ଟି ବନେ୍ଧଇବା କର୍ମଚାରୀ ନାହାନ୍ତି , ଆଟେଣ୍ଡାଣ୍ଟ ବାନ୍ଧୁଛନ୍ତି ପଟ୍ଟି

0

ଫୁଲବାଣୀ(Santosh Mishra) :  କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଜଣେହେଲେ ତାଲିମ ପ୍ରାପ୍ତ ପଟ୍ଟି ବନେ୍ଧଇବା କର୍ମଚାରୀ ନାହନ୍ତି । ଏହି କାର୍ଯ୍ୟକୁ ଡାକ୍ତରଖାନାର ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ କରୁଛନ୍ତି । ଏପରିକି ଲୋକଙ୍କ ହାଡଭଙ୍ଗା ପଟ୍ଟିକୁ ମଧ୍ୟ ଏହି ଆଟେଣ୍ଡାଣ୍ଟ ମାନେ ଦିର୍ଘ ବର୍ଷ ହେବା ବାନ୍ଧି ଆସୁଛନ୍ତି । ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ ମାନେ କିଛିଦିନ ଆଟେଣ୍ଡାଣ୍ଟ କାମ କରିବାପରେ ସେମାନଙ୍କୁ ଏହି ପଟ୍ଟି ବନେ୍ଧଇ କାର୍ଯ୍ୟରେ ନିୟୋଜିତ କରାଯାଉଛି ।

ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପୁର୍ବରୁ କୌଣସି ତାଲିମ ପ୍ରଦାନ କରାଯାଇ ନ ଥିବାରୁ ସେମାନଙ୍କ ଦ୍ୱାରା ହୋଇଥିବା ସାମାନ୍ୟ ତୃଟିର ପରିଣାମ ଭୋଗିଛନ୍ତି ବିଭିନ୍ନ ଘଟଣାର ଆହତ ମାନେ । ଆଜି ଫୁଲବାଣୀ ସାହିର ଦିବ୍ୟ ପ୍ରକାଶ ମହାନ୍ତି ପାଇଖାନାଘରେ ପଡିଯିବାରୁ ହାତ କହୁଣୀ ପାଖରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହେଉଥିଲା ତାଙ୍କ ମାମୁଁ କୈଳାସ ମହାନ୍ତି ଚିକିସôା ପାଇଁ ଫୁଲବାଣୀ ମିଖ୍ୟ ଚିକିସôାଳୟକୁ ନେଇଥିଲେ ଆଉଟ ଡୋରରେ ପଞ୍ଜିକରଣ ପରେ ଶଲ୍ୟ ବିଭାଗକୁ ପଠାଇ ଦେଇଥିଲେ ।

ସେଠାରେ ଷ୍ଟିଚ୍ ପକାଇବାକୁ ଡ୍ରେସିଂ ରୁମ ନେଇଥିଲେ କିନ୍ତୁ ସେଠାରେ ଷ୍ଟିଚ କରିବାପାଇଁ ତାଲିମ ପ୍ରାପ୍ତ ପଟ୍ଟି ବନ୍ଧାଳି କର୍ମଚାରୀ ନଥିଲେ । ଏହି କାର୍ଯ୍ୟକୁ ଜଣେ ଆଟେଣ୍ଡାଣ୍ଟ ତୁଲାଇ ଥିଲେ । ଏହା ଦେଖି ମାମୁଁ କୈଳାସ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯେଉଁ ପ୍ରକାର ସିଲେଇ କରାଯାଇଛି ଯେମିତି କୌଣସି ଅଖା ସିଲେଇ କରାଯାଏ । ଏ ସମ୍ପର୍କରେ ଶଲ୍ୟ ବିଭାଗ ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏଠାରେ ନିୟମିତ ସୁଇପର ମାନଙ୍କ ଦ୍ୱାରା କ୍ଷତ ସ୍ଥାନର ଷ୍ଟିଚ ଓ ଡ୍ରେସିଂ ହେଉଥିବା କୈଳାସ ମହାନ୍ତି ଅଭିଯୋଗ କରିଛନ୍ତି । ଯେଉଁ ପ୍ରକାର ସିଲେଇ ହୋଇଛି ଏଥିରେ ଅଅରୋଗ୍ୟ ଲାଭ କରିବା ସନେ୍ଦହ ଜନକ ଅତ୍ୟଧିକ ରକ୍ତ କ୍ଷରଣ ଦୃଷ୍ଟିରେ ରଖି ସବୁ ସହିଯାଇଥିବା କହିଛନ୍ତି ତାଙ୍କ ମାମୁଁ କୈଳାସ । ତେବେ ଏହିଭଳି ଅସମୟରେ ଲୋକଙ୍କୁ ସେମାନଙ୍କ ସେବା ନେବାକୁ ପଡୁଥିବାରୁ ଲୋକେ ନିରୁପାୟ ହୋଇ ଚୁପ ରହୁଛନ୍ତି ବୋଲି ମଧ୍ୟ ସେ କହଛନ୍ତି ।

 

Leave A Reply