ଫୁଲବାଣୀ(Santosh Mishra) : ଫୁଲବାଣୀ ସହରରେ ଥିବା ବହୁ ସଂଖ୍ୟାରେ ଗରୀବ ଓ ଅସହାୟ ମାନଙ୍କୁ ଶନିବାର ରାତ୍ରରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଟୋପି ବଣ୍ଟନ କରାଯାଇଛି । ରୋଟାରି କ୍ଳବର ବରିଷ୍ଠ ସଦସ୍ୟ ବସନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଟୋପିକୁ ଟିମ୍ ହୁ୍ୟମାନିଟ୍ କନ୍ଧମାଳର ସଦସ୍ୟ ପ୍ରଶାନ୍ତ ପାଣିଗ୍ରାହ , ଅନ୍ତର୍ଯ୍ୟାମୀ ପ୍ରଧାନ , ଭି.ଜଗନ୍ନାଥ ରାଜୁ , ବିକାଶ ନାୟକ , ଏସ୍.କେ.ସାକିର୍ ,ଅଲୋକ ବିଶୋୟୀ ,ଅନୁପ ବିକ୍ରମ ପାତ୍ର ,ଲଲିତ୍ ମୋହନ ବିଶୋୟୀ , ଜ୍ୟୋର୍ତିମୟୀ ରଣା ,ପ୍ରଶାନ୍ତ ସେନାପତି , ଲମ୍ବୋଦର ରଥ ,ସାଇରାମ ପାତ୍ର ,ସୁମିତ୍ କୁମାର ବେହେରା ଓ ଅନ୍ୟମାନେ ସହରର ବସଷ୍ଟାଣ୍ଡ , ବଜାର ଓ ଫୁଲବାଣୀ ସହରର ବିିଭିନ୍ନ ଅଂଚଳରେ ଥିବା ଗରୀବ ଓ ଅସହାୟ ମାନଙ୍କୁ ଫୁଲବାଣୀର ପ୍ରବଳ ଶୀତରୁ ରକ୍ଷା କରିବା ଉଦେଶ୍ୟରେ ଏହି ଟୋପି ବଣ୍ଟନ କରିଥିଲେ ।