Odisha news

ଚାଲାଣ ବେଳେ ଫିରିଙ୍ଗିଆରେ ୧୦୨କିଗ୍ରା ଗଞ୍ଜେଇ ସମେତ ଦୁଇଟି ବାଇକ ଜବତ, ୪ ଗିରଫ

0

ଫୁଲବାଣୀ (Santosh Mishra) : ଦୁଇଟି ବାଇକରେ କନ୍ଧମାଳ ଜିଲ୍ଲା ସାଡିଙ୍ଗିଆ ଅଂଚଳରୁ ବଲାଙ୍ଗିର ଜିଲ୍ଲାକୁ ଗଞ୍ଜେଇ ଚାଲାଣ କରୁଥିବାବେଳେ ଫିରିଙ୍ଗିଆ ଥାନା ପୁଲିସ ହାତରେ ଧରାପଡିଛନ୍ତି ବଲାଙ୍ଗିର ଜିଲ୍ଲର ୪ ଜଣ ଗଞ୍ଜେଇ ମାଫିଆ । ସେମାନଙ୍କଠାରୁ ଦୁଇଟି ବସ୍ତାରେ ପୁଲିସ ୧୦୨ କିଗ୍ରା ଓ ୬ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ସେମାନଙ୍କର ଦୁଇଟି ବାଇକକୁ ମଧ୍ୟ ଜବତ କରିଛି ପୁଲିସ । ସୁଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ପୁଲିସ ପାଟୋ୍ରଲିଙ୍ଗ କରୁଥିବାବେଳେ ଫିରିଙ୍ଗିଆ ଅଂଚଳର ସାଡିଙ୍ଗିଆ ଠାରୁ ମାଶି୍ରପଡା ପଟରେ ବାଲାଙ୍ଗିର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସକୁ ସୁଚନା ମିଳିଥିଲା । ସେହି ଅନୁସାରେ ପୁଲିସ ମାଶି୍ରପଡା ଛକଠାରେ ଅପେକ୍ଷା କରିଥିଲା ।

ସେଠାରେ ଓଡି-୦୩-ପି-୪୩୮୧ ନମ୍ବର ଥିବା ଗୋଟିଏ ବାଇକ ଏବଂ ଆଉ ଗୋଟିଏ ନମ୍ବର ବିହୀନ ପଲସର ବାଇକରେ ଗଞ୍ଜେଇ ବୋଝେଇ ହୋଇ ସେଠାରେ ପହଂଚିଥିଲା । ପୁଲିସ ଦୁଇ ବାଇକକୁ ସେଠାରେ ଅଟକାଇଥିଲା । ଉଭୟ ବାଇକରେ ଦୁଇଟି ଜରି ବସ୍ତାରେ ବୋଝେଇ ଗଞ୍ଜେଇ ସମେତ ସେଠାରୁ ୪ ଜଣଙ୍କୁ ଗିରଫ କରିଛି । ସେମାନେ ବଲାଙ୍ଗିର ଜିଲ୍ଲା ଲାରମ୍ଭା ଥାନା ଅଂଚଳର ଚରଗଣିଆର ରାଜକିଶୋର ସାହୁ(୩୬),ଟୁଟୁ ତାଣ୍ଡି(୩୦),ସଚିତ ତାଣ୍ଡି(୩୫) ଏବଂ ପାଟନାଗଡ ଥାନା ଅଂଚଳର ପଢେଲ ଗ୍ରାମର ନିଳମଣି ଲୁହ(୩୨) ହୋଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟମସୁନ୍ଦର ରାଓଙ୍କ ସୁତ୍ରରୁ ଜଣାପଡିଛି । ପୋଲିସ ଏହି ସଂକ୍ରନ୍ତରେ ଏକ ମାମଲା ୮୫/୨୦୨୦ ରୁଜ୍ଜୁ କରିବା ସହିତ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି । ତେବେ ସେମାନେ ଏହି ଗଞ୍ଜେଇକୁ ବଲାଙ୍ଗିର ଅଂଚଳକୁ ଚାଲାଣ କରୁଥିଲେ ବୋଲି ପୁଲିସ ଆଗରେ ପ୍ରକାଶ କରିଛନ୍ତି ।

Leave A Reply