ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନାଂଚଳରୁ ବଲାଙ୍ଗୀର ଜିଲ୍ଲାକୁ ଚାଲାଣ ହେବାବେଳେ ବାଲିଗୁଡା ଜଙ୍ଗଲ ବିଭାଗ ଦ୍ୱାରା ଚଢାଉ କରି ଗୋଟିଏ ଗାଡି ସମେତ ୧୨୦ ଖଣ୍ଡ ଚଉକାଠ ଜବତ କରିଛି ବାଲିଗୁଡା ଜଙ୍ଗଲ ବିଭାଗ । ସୁଚନା ଅନୁସାରେ ଗତ ରାତିରେ କୌଣସି ସୁତ୍ରରୁ ବାଲିଗୁଡା ଅଂଚଳରୁ ଚୋରା କାଟ ଚାଲାଣ ହେଉଥିବାର ଖବର ପାଇ ଏସିଏଫ ରୁଦ୍ରପ୍ରସାଦ ରଥଙ୍କ ନେତୃତ୍ୱରେ ଏକ ଦଳ ସେହି ଗାଡିର ପିଛା କରିଥିଲା ।
ଗତକାଲି ରାତିରେ ପ୍ରାୟ ୩ ଟା ବେଳକୁ ପ୍ରାୟ ୧୫ କିମି ଦୁର କାଠ ବୋଝେଇ ଗାଡିର ପିଛା କରିବାପରେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାରେ ଥିବା ଲୁବେନଗଡଠାରେ କାଠ ମାଫିଆମାନେ ସେହି କାଠ ବୋଝେଇ ହୋଇଥିବା ପିକଅପ ବୋଲେରୋକୁ ଛାଡି ସେଠାରୁ ୩ଜଣ ଚାଲାଣକାରୀ ଜଙ୍ଗଲ ଭିତରେ ଫେରାର ହୋଇଯାଇଥିଲେ ।
ଏସିଏଫଙ୍କ ସମେତ ବିଭାଗର କର୍ମଚାରୀ ମାନେ ଚାଲାଣକାରୀ ମାନେ ଛାଡିଯାଇଥିବା ଓ.ଆର-୧୮-ଏ-୧୪୭୨ ନମ୍ବର ଥିବା ବୋଲେରୋ ପିକଅପରୁ ୧୨୦ଟି ଶାଳ ଚଉକାଠ ଜବତ କରିଥିଲେ । ତେବେ ଏହି ସଂକ୍ରାନ୍ତରେ ଜଣେ ବ୍ୟକ୍ତିକୁ ଜଙ୍ଗଲ ବିଭାଗ ଅଟକ ରଖିଥିବା ଜଣାପଡିଛି । ବିଭାଗ ପକ୍ଷରୁ ଗାଡିକୁ ଜବତ କରି ଏହି ସଂକ୍ରାନ୍ତରେ ଏକମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଜଙ୍ଗଲ ବିଭାଗ ସୁତ୍ରରୁ ଜଣାପଡିଛି ।
