ଫୁଲବାଣୀ (Santosh Mishra) : ଆଜି ସଂନ୍ଧ୍ୟାରେ ଫୁଲବାଣୀ ଏଫସିଆଇ ଛକଠାରେ ଗୋଟିଏ ମିନିଟ୍ରକ ଓ ଗୋଟିଏ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ସୁଚନା ଅନୁସାରେ ଆଜି ସଂନ୍ଧ୍ୟାରେ ଖଜୁରିପଡା ପଟରୁ ଜଣେ ବାଇକ ଆରୋହୀ (ଓଡି-୧୨-ସି-୬୨୮୪) ନମ୍ବର ଥିବା ଏକ ହୀରୋ ବାଇକରେ ଫୁଲବାଣୀ ଆଡକୁ ଆସୁଥିବା ବେଳେ ଫୁଲବାଣୀରୁ ଭୁବନେଶ୍ୱର ପଟକୁ ଯାଉଥିବା ଏକ ମିନିଟ୍ରକ (ଓଡି-୧୨ଏ ୬୩୧୫)ସହ ମୁହାମୁହିଁ ହୋଇଥିଲା ।
ଫଳରେ ଏଫସିଆଇ ଆଗରେ ରସ୍ତା କଡରେ ପୁର୍ବରୁ ରଖାହୋଇଥିବା ଆଉ ଏକ ଅଶୋକ ଲିଲାଣ୍ଡ ଟ୍ରକ୍ ଓ ମିନିଟ୍ରକ ମଝିରେ ତାଙ୍କର ମୁଣ୍ଡ ଓ ହେଲମେଟ ସମେତ ଶରୀର ଚିପି ହୋଇଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଫୁଲବାଣୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି । ତେବେ ମୃତ ବାଇକ ଆରୋହୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବାଇକର ରେଜିଷ୍ଟ୍ରେସନ ନମ୍ବରରୁ ବାଇକର ମାଲିକଙ୍କ ନାମ ଦିଲ୍ଲିପ ଦିଗାଲ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଂଚି ଶବକୁ ଜବତ କରିବା ସହିତ ମିନିଟ୍ରକକୁ ଥାନାକୁ ନେବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
