Odisha news

କରୋନାରେ ଫୁଲବାଣୀର ଜଣାଶୁଣା ଠିକାଦାରଙ୍କ ଦେହାନ୍ତ

0

ଫୁଲବାଣୀ :ଫୁଲବାଣୀ ସହରର ଜଣାଶୁଣା ଠିକାଦାର ବିପିନ୍ ମହାରଣାଙ୍କ ଫୁଲାବଣୀରେ କୋଭିଡ଼୍ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତୁ୍ୟ ହୋଇଛି । ସେ ଶ୍ୱାସକି୍ରୟାରେ କଷ୍ଟ ଅନୁଭବ କରିବାରୁ ଫୁଲବାଣୀରେ କରୋନା କରୀକ୍ଷା କରାଯାଇଥିଲା । ତାଙ୍କର କରୋନା ପଜିଟିଭ୍ ଆସିବାରୁ ଫୁଲବାଣୀ କୋଭିଡ଼୍ ମେଡ଼ିକାଲରେ ଭର୍ତି କରାଯାଇଥିଲା ।

୧୦ଦିନ ପରେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇ ଆସୁଥିବା ବେଳେ ତାଙ୍କର ଅକ୍ସିଜେନ୍ ସ୍ତର କମି ଆସୁଥିବା ତାଙ୍କର ପୁଅ ଅଶୋକ ମହାରଣା କହିଥିଲେ । ୩ ଦିନ ପ୍ରାୟ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲେ ମଧ୍ୟ ଅକ୍ସିଜେନ୍ ସ୍ତରରେ ବୃଦ୍ଧି ହେବା ବଦଳରେ ଦିନକୁ ଦିନ କମିବାରେ ଲାଗିଲା ।

ରାତ୍ରରେ ଚିକିତ୍ସା ତଦାରଖ ପାଇଁ କେହି ନଥିବା ଯୋଗୁଁ ରାତିରେ କୌଣସି ପ୍ରକାର ଚିକିତ୍ସା ହୋଇପାରିନଥିବା ଅଭିଯୋଗ କରିଛନ୍ତି ସ୍ୱର୍ଗତ ମହାରଣାଙ୍କ ପୁଅ ଅଶୋକ । ସେହି ଗୋଟିଏ ୱାର୍ଡ଼ରେ ବିପିନ ମହାରଣାଙ୍କ ବୋହୁ ମଧ୍ୟ କରୋନା ପଜିଟିଭ୍ ଯୋଗୁଁ ଚିକିତ୍ସିତ ହେଉଥିବା ବେଳେ ସେ ମଧ୍ୟ କୁଆଡ଼େ ଚିକିତ୍ସା ଯୋଗାଇ ଦେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ରାତି ହୋଇଥିବାରୁ ତାହା ସମ୍ଭବ ହୋଇନଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ପ୍ରଶାସନ ସହଯୋଗରେ ଏଫ୍.ସି.ଆଇ ଶ୍ମସାନରେ ତାଙ୍କର ଅନ୍ତେଷ୍ଟିକି୍ରୟା ସମ୍ପର୍ଣ୍ଣ ହୋଇଥିଲା ।

ତାଙ୍କର ଏକମାତ୍ର ପୁଅ ଅଶୋକ ପିପିଇ କିଟ୍ ପିନ୍ଧି ମୁଖାଗ୍ନି ଦେଇଥିଲେ । ବିପିନ ମହାରଣା ଜଣେ ମେଳାପି ଓ ପରିପକାରୀ ବ୍ୟକ୍ତି ହୋଇଥିବା ସହିତ ଫୁଲବାଣୀର ବିଭିନ୍ନ ଧର୍ମ ଅନୁଷ୍ଠାନରେ ତାଙ୍କର ସମ୍ପୃକ୍ତି ରହିଥିଲା । ସେ କନ୍ଧମାଳ ଜିଲା ବିଶ୍ୱକର୍ମା ସମିତିର ସେ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କର ଦେହନ୍ତରେ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଥିବା ବେଳେ ଖବର ପାଇଁ କୋଭିନ୍ ନିୟମ ଅନୁସାରେ ବହୁ ଠିକାଦାର ଶ୍ମସାନ ପର୍ଯ୍ୟନ୍ତ ଯାଇଥିଲେ ।

Leave A Reply