Odisha news

କରୋନାରେ ଆଖି ବୁଜିଲେ କରୋନା ଯୋଦ୍ଧା ଏସ.ଆଇ ସୁବାସ ସାହୁ : କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଶେଷ କୃତ୍ୟ ସମ୍ପର୍ଣ୍ଣ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : କରୋନାରେ ଆଖି ବୁଜିଲେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ପୋଲିସ ବିଭାଗର ଜଣେ କର୍ତବ୍ୟନିଷ୍ଠ କର୍ମଚାରୀ ତଥା କରୋନା ଯୋଦ୍ଧା ସୁବାସ ସାହୁ । ତାଙ୍କୁ ୫୪ ବର୍ଷ ବୟଷ ହୋଇଥିଲା ।

ସେ ଗତ ୪ ତାରିଖ ଦିନ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ଫୁଲବାଣୀ କୋଭିଡ ହସପିଟାଲରେ ଭର୍ତି କରାଯାଥିଲା । ଗତ ୧୩ ତାରିଖ ଦିନ ତାଙ୍କର କୋଭିଡ ହସପିଟାଲରେ ଦେହାନ୍ତ ହୋଇଥିଲା । ଆଜି ସ୍ଥନୀୟ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆଠାରେ ତାଙ୍କୁ ପୋଲିସ ବିଭାଗ ତରଫରୁ କୋଭିଡ ଯୋଦ୍ଧା ଭାବରେ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏଥରରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ଓ ଫୁଲବାଣୀ ଉପ-ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ତାଙ୍କୁ କୋଭିଡ ନିୟମ ଅନୁସାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏପରି ଶୋକାକୁଳ ପରିବେସରେ ସ୍ୱର୍ଗତ ସୁବାସ ସାହୁଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ ।

ସ୍ୱର୍ଗତ ସୁବାସ ସାହୁ ପୋଲିସ ବିଭାଗର ଜଣେ କର୍ମଠ ବ୍ୟକ୍ତି ଥିଲେ ଏହାସହିତ ସେ ଜଣେ ନିୟମିତ ରକ୍ତଦାତା ମଧ୍ୟ ଥିଲେ । ତାଙ୍କର ଦେହାନ୍ତରେ ତାଙ୍କ ପରିବାର ସମେତ ପୋଲିସ ବିଭାଗରେ ସୁପରିଚିତ ଥିଲେ । ୧୯୮୪ ମସିହାରେ ସେ ପୋଲିସ ବିଭାଗରେ ଯୋଗ ଦେଇ ପରେ ଏସଆଇ ଭାବରେ ଫୁଲବାଣୀ,ବାଲିଗୁଡା ଭଳି ବିଭିନ୍ନ ଯାଗାରେ କାଯର୍ୟ କରିବା ସହିତ ବର୍ତମାନ ଟିକାବାଲି ଥାନାରେ କାର୍ଯ୍ୟରତ ଥିଲେ ।

Leave A Reply