ହିମାଂଶୁ ଶେଖର ଆଚାର୍ଯ୍ୟ : ମାହାମାରୀ କରୋନା ଆଜି ସାରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ପ୍ରତ୍ୟେକ ଦେଶ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ ଏହି ମାହାମାରୀର ଭୟାବହତାର ଶିକାର ହୋଇଛି । ଆମ ରାଜ୍ୟ ମଧ୍ୟ ମହାମାରୀ କରୋନା କବଳରୁ ମୁକ୍ତ ନୁହେଁ । ଏବେ ଦୈନିକ ହଜରରୁ ଉଦ୍ଧ୍ୱର୍ ଲୋକଙ୍କର ମୃତୁ୍ୟ ଘଟୁଥିବା ଚିନ୍ତା ଜନକ ବିଷୟ ହୋଇଛି । ଗତ ୨୪ଘଣ୍ଟାର ରିପୋର୍ଟ ଅନୁଯାୟୀ ଭାରତରେ ପୁଣି ୯୭,୫୭୦ ଲୋକ ନୂତନ ଭାବେ କୋଭିଡ-୧୯ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଭାରତରେ ସର୍ବାଧିକ ପ୍ରଭାବିତ ରାଜ୍ୟଭାବେ ମହାରାଷ୍ଟ୍ରର ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡିଛି । ସେହିପରି ଆମ ରାଜ୍ୟରେ ଗୋଟିଏ ଦିନରେ ଗତକାଲି ୩,୭୭୭ ଜଣ ନୂଆ କରାନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୧ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି ।
ଡିସେମ୍ବର ଶେଷ ସପ୍ତାହରେ ଏହି ନୂଆ ପ୍ରକାର ଭାଇରସ୍କୁ ନେଇ ଆରମ୍ଭ ହୋଇଯାଇଥିଲା ତର୍କ ବିତର୍କ । ଉହାନ୍ ସହରରେ ମାତ୍ର କେତେଜଣଙ୍କ ନିକଟରେ ଥଣ୍ଡାହ, ସର୍ଦି, କାଶ, ଓ ନିମୋନିଆ ଭଳି ରୋଗର ଲକ୍ଷଣ ଦେଖାଯିବା ଓ ଭଲ ନହେବାର ଭୟାବହ ପରିଣତି କରୋନା ବୋଲି ଉଦ୍ଭାବନ କରାଗଲା ।ଏହା ମଣିଷକୁ ସହଜ ଭାବରେ ଆକ୍ରମଣ କରେ ଓ ଏହାର ଲକ୍ଷଣ ଏତେ ମାରାତ୍ମକ ନହେଲେ ମଧ୍ୟ ଜୀବନ ନେବାକୁ ଏହି ଭାଇରସ୍ ବେଶି ସମୟ ନିଏ ନାହିଁ ।ଏହା ଅତି ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ । ଶ୍ୱାସ ପ୍ରଶ୍ୱାସରେ ବ୍ୟତିକ୍ରମ ଦେଖାଇ ହଠାତ୍ ମୃତୁ୍ୟ ମୁଖରେ ପକାଇଥାଏ । ଉହାନ୍ ସହରରେ ରୋଗ ବ୍ୟାପିବା ଓ ମୃତୁ୍ୟ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଲୋକ ସହର ଛାଡି ଚାଲିଯାଇଥିଲେ ।
ଏହି ଲୋକ ମାନେ ରୋଗ ବ୍ୟାପିବାର ମୂଳକାରଣ ହୋଇଗଲେ ଓ ରୋଗ ବାହକ ହୋଇ ବିଭିନ୍ନ ଦେଶକୁ ପଳାୟନ କରିଥିବାରୁ ବିଭିନ୍ନ ସ୍ଥାନରେ ମଧ୍ୟ କରୋନା ଅକ୍ରାନ୍ତ ଲୋକଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୨୧୩ଟି ଦେଶରେ ମହାମାରୀ କରୋନା ବ୍ୟାପିସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୮୫୨,୦୧୩ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୯,୨୨,୬୩୦ ରେ ପହଞ୍ଚିଛି । କରୋନା ଭୂତାଣୁ ସଂକ୍ରମଣ ଦିକୁ ଦିନ ଅଧିକ ଘାତକ ହେଉଥିବାରୁ ବିଶ୍ୱ ବାସୀଙ୍କ ନଜର କେବଳ ଟୀକା ଉପରେ ରହିଛି । ଟୀକା ହିଁ ସଂଞ୍ଜିବନୀ ସାଜି କରୋନା କବଳରୁ ଉଦ୍ଧାର କରିପାରିବ ବୋଲି ସେମାନେ ଭାବୁଛନ୍ତି ।
କରୋନାର ପ୍ରଭାବରୁ ଆମ ଦେଶ ମଧ୍ୟ ମୁକ୍ତ ହୋଇପାରିନାହିଁ । ଚୀନ୍ରେ ବସବାସ କରୁଥିବା ଭାରତୀୟ ମାନେ ଯେତେବେଳେ ଫେରିଆସିଥିଲେ, ସେତେବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କେରଳରେ ପ୍ରଥମେ ୨ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୫୯,୯୮୪ ଓ ମୃତକଙ୍କ ସଂଖ୍ୟା ୭୭,୪୬୨ ହୋଇଥିବା ବେଳେ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪ ଥିବା ବେଳେ ମୃତକଙ୍କ ସଂଖ୍ୟା୬୧୬ ରେ ପହଞ୍ଚିଛି । ଆମକୁ ଯେମିତି ହେଉ କରୋନା ଯୁଦ୍ଧ ଜିତିବାକୁ ହେବ ।
ଏ ଲଢେଇ ଜିତିବାକୁ ପ୍ରତିବଦ୍ଧତା ଦରକାର । କରୋନାକୁ ନେଇ ଯେଉଁ ମହାମାରୀର ରୂପ ଦେଖାଦେଇଛି ଆଜି ତାହା ନୂଆ ନୁହେଁ । ବିଶ୍ୱ ଇତିହାସରେ ଅନେକ ସମୟରେ ଅନେକ ଦେଶ ଏମିତି ମହାମାରୀର ସାମ୍ନା କରିଛନ୍ତି ଓ ହଜାର ହଜାର ଲୋକବି ମୃତୁ୍ୟ ବରଣ କରିଛନ୍ତି । କିନ୍ତୁ ବିଜ୍ଞାନ ଜ୍ଞାନକୈାଶଳ ଓ ଡାକ୍ତରୀ ବିଦ୍ୟାର ଉନ୍ନତି ଫଳରେ କିଛି ମହାମାରୀ ବ୍ୟାଧିକୁ ମଣିଷ ରୋକିବାରେ ସକ୍ଷମ ହୋଇପାରିଛି ସତ କିନ୍ତୁ କିଛି ନୂଆ ପ୍ରକାର ବ୍ୟାଧିକୁ ଆପଣାର ମଧ୍ୟ କରିଛି । ବିଶେଷ କରି ଭାଇରସ୍ ଜନିତ ମୃତୁ୍ୟବି ବିଶ୍ୱ ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ସ୍ପାନିଶ ଫ୍ଲୁ , ପ୍ଲେଗ୍, ଆନ୍ଥ୍ରାକ୍ସ, ସ୍ୱାଇନ ଫ୍ଲୁ, ବାର୍ଡ ଫ୍ଲୁ ଭଳି ଭାଇରସ୍ ମଧ୍ୟ ଅନେକ ଲୋକଙ୍କ ଜୀବନ ନେଇସାରିଛି ।
ଏହି ଭାଇରସ୍ କବଳରୁ ମୁକୁଳିବାପାଇଁ ୧୦୦ରୁ ଅଧିକ ରାଷ୍ଟ୍ର ଏହାର ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । କେତୋଟି ଦେଶରେ ଟୀକା ପରୀକ୍ଷଣ ମଧ୍ୟ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ରହିଛି । ରୁଷିଆ , ଆମେରିକା , ବ୍ରିଟେନ୍ ଭଳି ଆଗ ଧାଡିର ଦେଶ ମଧ୍ୟ ଟୀକା ବାହର କରିବା ଦୈାଡରେ ଅଛନ୍ତି । ଆମ ଦେଶ ଭାରତରେ ମଧ୍ୟ ଏଦିଗରେ ଉଦ୍ୟମ ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ଭିତରେ ଗତ ଅଗଷ୍ଟ ୧୧ତାରିଖ ଦିନ ରୁଷିଆ ଆଣିଛି ବିଶ୍ୱର ପ୍ରଥମ କରୋନା ଟୀକା । ଏହି ଟୀକା ପ୍ରଥମେ ପୁଟିନଙ୍କ ଝିଅଙ୍କୁ ଦିଆଯାଇଥିଲା । ମାତ୍ର ରୁଷ୍ ତରବରିଆ ଭାବେ ଏହି ଟୀକା ପ୍ରସ୍ତୁତ କରିଛି ବୋଲି ଆମେରିକା ଓ ବ୍ରିଟେନ କହିଥିଲେ ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନାଅନୁଯାୟୀ ପ୍ରଥମେ ଭଲଭାବେ ଏହାର ନିରାପତ୍ତା ଓ ସୁରକ୍ଷା ନେଇ ବିଶ୍ଳେଷଣ କରାଯିବ ବୋଲି ‘ହୁ’ ପକ୍ଷରୁ ମତ ରଖାଯଇଥିଲା ।
ଏବେ ସାରା ବିଶ୍ୱରେ ତଥା ଆମ ଦେଶରେ କରୋନା ସ୍ଥିତି ଗୁରୁତର ହେଉଥିବାବେଳେ କରୋନା ଟୀକା ପରୀକ୍ଷଣକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ବ୍ରିଟେନ୍ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରେଜେନିକାର ମିଳିତ ଉଦ୍ୟମ ପ୍ରସ୍ତୁତ କରୋନା ଟୀକାର ପରୀକ୍ଷଣ ୨ଦିନ ବନ୍ଦ ରହିବା ପରେ ଶନିବାର ପୁଣିଥରେ ଆରମ୍ଭ କରିବାକୁ ଅନୁମତି ମିଳିଛି । ଏହି ଟୀକାର ପରୀକ୍ଷଣ ଆରମ୍ଭ ହେବା ବିଶ୍ୱବାସୀଙ୍କୁ ଆଶ୍ୱସ୍ତ କରିଛି । କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍ ଟୀକାର ପ୍ରାଣୀଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡିଛି । କୋଭାକ୍ସିନ୍ ଟୀକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ ପକ୍ଷରୁ ଏ ନେଇ ଗତକାଲି ଘୋଷଣା କରାଯାଇଛି । ଭାରତରେ ପ୍ରାଇମେଟ୍ ବର୍ଗ ପ୍ରାଣୀଙ୍କ ଶରୀରରେ ଏହି ଟୀକା ପ୍ରୟୋଗ ଫଳପ୍ରଦ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ସେହିପରି କରୋନାର ନାଭିକେନ୍ଦ୍ର କୁହାଯଉଥିବା ଚୀନ୍ ମଧ୍ୟ କରୋନା ପ୍ରତିଷେଧକ ବାହାର କରିବା ଦୈାଡରେ ଅଛି ।
ତେଣୁ କରୋନାକୁ ନେଇ ଯେଉଁ ସାମୟିକ ପ୍ରତିବନ୍ଧକ ଦେଖାଯାଇଛି ତାହା ଦୂର କରାଯାଇପାରିବ । ବିଗତ ଦିନରେ ବସନ୍ତ ଓ ମିଳିମିଳା ପ୍ରତିଷେଧକ ବାହାର କରିବା ସମୟରେ ଏହିଭଳି ସାମୟିକ ଅସୁବିଧା ମଧ୍ୟ ଦେଖାଦେଇଥିଲା । ତେଣୁ ଟୀକା କିଏ ଆଗ ବାହାର କଲା ଯେତିକି ବଡକଥା ନୁହେଁ, ପାଶ୍ୱର୍ ପ୍ରତିକ୍ରିୟା ଶୂନ୍ୟ ଟୀକା ପ୍ରସ୍ତୁତ କରିବା ହେଉଛି ବଡକଥା । ଏଥିସହିତ ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ । କରୋନା ଚିକିସôାରେ ବ୍ୟବହୃତ ଫିଭିଫିରାଭିର ଟାବଲେଟ୍ ଓ ରେମଡେସିଭିର ଇଞ୍ଜେକ୍ସନକୁ ବିକ୍ରି ପାଇଁ ମିଳିଛି ସର୍ତ୍ତମୂଳକ ଅନୁମତି ।
ସମୟ ଥିଲା ମଣିଷ ନିଜ ସଚେତନତା ଅଭାବରୁ ମହାମାରୀକୁ ରୋକିବାବୁ ସମର୍ଥ ହୋଇପାରୁନଥିଲା ।ଏବେ ସଚେତନାତା ବୃଦ୍ଧି ପାଇଥିଲେବି ଏମିତି ନୂଆ ନୂଆ ପ୍ରକାର ରୋଗ ପୃଥିବୀରେ ଦେଖିବାକୁ ମିଳୁଛି । ଯାହାକୁ ଚିହ୍ନଟ କରି ଚିକିସôା କରିବା ଆମ ଚିକିସôା ବିଜ୍ଞାନୀ ଓ ବିଶେଷଜ୍ଞ ମାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଯାଇଛି । ବିଶ୍ୱମହାମାରୀର ରୂପ ନେଇଥିବା କରୋନା ଯୋଗୁଁ ସାରା ବିଶ୍ୱରେ ଅଦ୍ୟାବଧି ନଅ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ମୃତୁ୍ୟ ବରଣ କରିସାରିଲେଣି । ତଥାପି ଆମ ଚିକିସôାବିଜ୍ଞାନୀ ଓ ବିଶେଷଜ୍ଞ ମାନେ ଯଥାଶୀଘ୍ର କରୋନା ଟୀକା ବାହାର କରିବେ ବୋଲି ଆଶା । ସେ ସୁଦିନକୁ ଅପେକ୍ଷା!