ଫୁଲବାଣୀ ( ସନ୍ତୋଷ ମିଶ୍ର ):ଫୁଲବାଣୀ ସହରରେ ଗତ କିଛି ମାସ ହେଲା ଭୀଷଣ ଭାବରେ ଚୋରୀ ସାଙ୍ଗକୁ ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ କିଛି ଅସାମାଜିକ ଯୁବ ନିଶାସକ୍ତ ଅବସ୍ଥାରେ ଫୁଲବାଣୀରେ ଥିବା ବିଭିନ୍ନ ଦୋକାନ ବଜାରରେ ତାଲା ଭାଙ୍ଗି ଚୋରୀ କରିଛନ୍ତି । କରୋନା ସଂକ୍ରମଣ ସମୟରେ ଲୋକଙ୍କ ଘରେ ତାଲା ପଡିଥିବାରୁ ଏହାର ସୁଯୋଗରେ ସେମାନେ ଘରେ ପଶି ଚୋରୀ କରିବା ଦେଖିବାକୁ ମିଳିଛି । ଏପରିକି ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କୁ ସେମାନେ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିବାର ମଧ୍ୟ ଅଭିଯୋଗ ଫୁଲବାଣୀ ଆଦର୍ଶ ଥାନାରେ ହୋଇଛି ।
ହେଲେ ଏହାର ଫଳ ଶୁନ । ଏଥିପାଇଁ ଫୁଲବାଣୀ ସହରରେ ଥିବା ସାଧାରଣ ଲୋକେ ସେମାନଙ୍କର ଘର ଏବଂ ତାଙ୍କର ଜିନିଷ ପତ୍ରକୁ ସୁରକ୍ଷୀତ ମଣୁ ନାହାନ୍ତି । ଏପରିକି ସହରରେ ତରାତି୍ର ବେଳେ କୌଣସି ମହିଳା ସୁରକ୍ଷିତ ଭାବରେ ଯାତାୟାତ କରିବା କଷ୍ଟକର ହେଉଛି । ଏହି ସବୁ ଘଟଣା ପୋଲିସର ନିଷ୍ଟି୍ରୟତାରୁ ଘଟୁଥିବା ନେଇ ଅଭିଯୋଗ କରିଛି କନ୍ଧମାଳ ଜିଲ୍ଲା ବାରତୀୟ ଜନତା ପାର୍ଟି ।
ଏହି ବିଷୟରେ ଏକ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କରାଯାଇଛି । ଆଜି କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ,ଙ୍କ ସମେତ ଜିଲ୍ଲା ସମ୍ପାଦକ ଭାଗବାନ ମହାନ୍ତି ପୁର୍ବତନ ସଭାପତି ଲିଙ୍ଗରାଜ ଦଳବେହେରା ଓ ଦେବା ନାରାୟଣ ପ୍ରଧାନ,ସୁଧାଂଶୁ ଗୁରୁ,ରମେଶ ମାହାନ୍ତି,ପରେଶ ମହାପାତ୍ରଙ୍କ ସମେତ ଦଳର ଅନ୍ୟ ସଦସ୍ୟ ମାନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଫୁଲବାଣୀ ସହରରେ ପୋଲିସର ନିଷ୍ଟି୍ରୟତା ବାବଦରେ ଉଲ୍ଲେଖ କରାଯିବା ସହିତ ସହରର ପିଆନପଡା.ଅମଲାପଡା,ମାଦିକୁନ୍ଦା ଛକ,କୋର୍ଟଛକ,ଏଫସିଆଇ ଛକ,ନଦିଖଣ୍ଡିସାହି ଏବଂ ଅନ୍ୟାନ୍ୟ ଅଂଚଳରେ ଚୋରୀ ହୋଇଛି ।
ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି ହେଲେ ପୋଲିସ କେବଳ ପୁରୁଣା ଚୋର ମାନଙ୍କର ରେକର୍ଡ ତଲାସି ଚୁପ ବସିଥିବା କୁହାଯାଇଛି । କୋଭିଡ ସଂକ୍ରମଣ ଭୟରେ ଥାନା ପରିସରକୁ ଏବଂ ମୁଖ୍ୟ ଫାଟକରେ ତାଲା ବନ୍ଦ କରି ରଖାଯାଇଛି । କୌଣସି ଜରୁରୀ କାଳୀନ ସେବା ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ୧୦୦ ନମ୍ବର ଫୋନ ମଧ୍ୟ ନିଷ୍ଟି୍ରୟ ସେଥିପାଇଁ ଲୋକେ ପୋଲିସକୁ ଯୋଗା ଯୋଗ କରିବାର କୌଣସି ବାଟ ନ ପାଇଁ ଧର୍ମକୁ ଅଦରି ପଡିଥିବାର କୁହାଯାଇଛି ଦଳ ପକ୍ଷରୁ । ତେଣୁ ଏଥି ପ୍ରତି ଦୃଷ୍ଟି ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି ।