Odisha news

କନ୍ଧମାଳ ଗଣମାଧ୍ୟମ ସଂଘ ଗଠିତ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ): ଜିଲ୍ଲାରେ ବିଭିନ୍ନ ୱେବ ମିଡିଆରେ କାର୍ଯ୍ୟ କରୁଥିବା ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ କନ୍ଧମାଳ ଗଣମାଧ୍ୟମ ସଂଘ ନାମରେ ଏକ ସଂଗଠନ ଗଠନ କରାଯାଇଛି । ଅନୁଷ୍ଠିତ ବୈଠକରେ ଅତିଥି ଭାବେ ସାମ୍ବାଦିକ ତ୍ରିନାଥ ସାହୁ, ସୁବାସ ପ୍ରଧାନ, ପ୍ରଶାନ୍ତ ବେହେରା, ଅଶୋକ କୁମାର ମହାନ୍ତି , ଜଳନ୍ଦର ବେହେରା , ପ୍ରଶାନ୍ତ ଜେନା, କୁନା ଦିଗାଲ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଶୋକ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ଅନୁଷ୍ଠିତ ବୈଠକରେ ଜିଲାରେ କାର୍ଯ୍ୟରତ ୱେବ ମିଡ଼ିଆର ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ନୂତନ ଭାବେ କନ୍ଧମାଳ ଗରମାଧ୍ୟମ ସଂଘ ଗଠିତ ହୋଇଥିବା ବେଳେ ଏଥିରେ ୨୧ ଜଣ ସଦସ୍ୟ ରହିଛନ୍ତି ।

ସଭାପତି ଭାବେ ମିଲନ କହଁର, ଉପ ସଭାପତି ଭାବେ ଫିଲିଫ୍ କୁମାର ଦିଗାଲ,ଗଗନ କୁମାର ପ୍ରଧାନ,ବୈଦ୍ୟନାଥ ନାୟକ ଓ ସାଧାରଣ ସମ୍ପାଦକ ଭାବେ ବ୍ରଜ ମୋହନ ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ଶିବ ପ୍ରସାଦ ନାୟକଙ୍କୁ ମନୋନୀତ କରାଯାଇଛି । ସେହିପରି ୩ ଜଣ ଯୁଗ୍ମ ସମ୍ପାଦକ ଭାବେ କିରନ କୁମାର ନାୟକ ,ବିଦ୍ୟାଧର ନାୟକ ଓ ସୁନିଲ୍ ଦିଗାଲ ମନୋନିତ ହୋଇଥିବ ।ବେଳେ ୧୨ ଟି ବ୍ଲକରୁ ୧୨ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଗୁପ୍ତ ପ୍ରଧାନ , ବିଦୁର ବେହେରା ,ସୁବ୍ରତ ମହାନ୍ତି ,ସିଲୁ ଭୋଇ ,ସନୁଜ କୁମାର ବେହେରା ,ମାଧମ ଚନ୍ଦ୍ର ଦାସ ,ଶିବ ଶଙ୍କର ନାୟକ , ହେମନ୍ତ ଦିଗାଲ ,ଚନ୍ଦ୍ରନ କୁମାର ପଣ୍ଡା ,ସନାତନ ଶେଖର ରନାୟକ , ରାକେଶ କୁମାର ସାହୁ , ସଂଜୟ ନାୟକ ପ୍ରମୁଖଙ୍କୁ ଚୟନ କରାଯାଇଛି । ସଂଘ ଆଗାମୀ ଦିନରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ବୋଲି ସଂଘର କର୍ମକର୍ତାମାନେ ପ୍ରକାଶ କରିଛନ୍ତି ।

Leave A Reply