ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଗତ ତିତିଲି ବନ୍ୟା ବେଳେ କୋଟଗଡ ବ୍ଲକ ରଡିଗୁମା ପଂଚୟାତର ପୁଡାବାଲି ନୁଆସାହି ରାସ୍ତାରେ ଥିବା ଏକ କଲଭର୍ଟ ଭାସି ଯାଇଥିଲା । ଫଳରେ ଗ୍ରାମବାସୀ ଯାତାୟତରେ ନାହିଁ ନଥିବା ହଇରାଣ ହେଉଥିଲେ । ଉକ୍ତ ଗ୍ରାମରେ ୩୦ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଥିବା ବେଳେ ପ୍ରତିଦିନ ବିଭିନ୍ନ କାମରେ ପଂଚାୟତ ସଦର ମହକୁମାକୁ ନାଳ ଭିତର ଦେଇ ଯିବାକୁ ପଡୁଥିଲା । କେହି ରୋଗରେ ପଡିଲେ ଆମ୍ବୁଲାନ୍ସ ଆସି ପାରୁ ନଥିଲା ।
ଗ୍ରାମବସୀମାନେ ଅନେକ ଥର ବ୍ଲକ ଠାରୁ ନେଇ ଜିଲ୍ଲା ପ୍ରସାସନ ନିକଟରେ ପୋଲ ନିର୍ମାଣ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ କୌଣସି ପଦ କ୍ଷେପ ନିଆ ଯାଉନଥିଲା । ଶେଷରେ ନିରାଶ ହୋଇ ଗ୍ରାମର ଯୁବଗୋଷ୍ଠି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ । ସମସ୍ତେ ଶ୍ରମଦାନ କରି ସେଠାରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି । ଫଳରେ ଏବେ ଗ୍ରାମକୁ ଯାତାୟତର ସମସ୍ୟାର ଅସ୍ଥାୟୀ ସମାଧାନ ହୋଇ ପାରିଛି । ତେବେ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ସେଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ନଚେତ୍ ଆନେ୍ଦାଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।