Odisha news

ରାଜ୍ୟ କୁଈ ଭାଷା ସାହିତ୍ୟ ସମିତି କନ୍ଧମାଳ ଶାଖା ଓ କୁଈ ସଂସ୍କୃତି ପରିଷଦ ଭୁବନେଶ୍ୱର ପକ୍ଷରୁ ମିନାକ୍ଷୀଙ୍କୁ ପାଠପଢିବାକୁ ଆର୍ଥିକ ସହାୟତା ଓ ମାନପତ୍ର ପ୍ରଦାନ

0

ଫୁଲବାଣୀ : ଚଳିତ ବର୍ଷର ମାଟି୍ରକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ମାଟି୍ରକ ପରୀକ୍ଷାରେ ଟପ୍ପର ହୋଇଥିବା ମିନାକ୍ଷୀ ମଲ୍ଲିକଙ୍କୁ ଓଡିଶା କୁଈ ଭାଷା ସାହିତ୍ୟ ସମିତି କନ୍ଧମାଳ ଶାଖାର ସଦସ୍ୟ ପ୍ରଦୀପ କହଁର କହଁର  ଓ କୁଈ ସଂସ୍କୃତି ପରିସଦ ଭୁବନେଶ୍ୱର ସଭାପତି ପ୍ରତାପ କୁମାର ପ୍ରଧାନ  ତାଙ୍କର ଗୋଇବନ୍ଧରେ ଥିବା ଘରେ ପହଂଚି  ତାଙ୍କର ଶିକ୍ଷାରେ ସହାୟତା ପାଇଁ ଏକଲକ୍ଷ ଦସ ହଜାର ଏକ ଶହ ଏକ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି  ।

ରାଜ୍ୟ କୁଈ ଭାଷା ସାହିତ୍ୟ ସମିତି କନ୍ଧମାଳ ଶାଖାର କାର୍ଯ୍ୟକାରୀ  ସଦସ୍ୟ ପ୍ରଦୀପ କହଁର ଓ ଭୁବନେଶ୍ୱର କୁଈ ଭାଷା ସଂସ୍କୃତି ପରିଷଦର ସଭାପତି ପ୍ରତାପ କୁମାର ପ୍ରଧାନ ମିନାକ୍ଷୀଙ୍କ ଘରେ ପହଂଚି ଚଳିତ ବର୍ଷର ମାଟି୍ରକ ପରୀକ୍ଷାରେ ୯୨.୬୬ ପ୍ରତିଶତ ୫୫୬ ମାର୍କ ରଖି ଜିଲ୍ଲାରେ ମାଟି୍ରକ୍ ରିଜଲ୍ଟରେ ଟପ୍ପର ହୋଇଥିବାରୁ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମନିତ କରିବା ସହିତ ମିନାକ୍ଷୀଙ୍କ ପରିବାରର ଅର୍ଥିକ ସ୍ୱଛଳତା ନଥିବାରୁ ଜିଲ୍ଲାର ଜଣେ ଆଦିବାସୀ ପ୍ରତିଭାକୁ ଆଗକୁ ଆଣିବାକୁ ଏବଂ ତାଙ୍କର ଉଚ୍ଚ ଶିକ୍ଷା ପାଇଁ ଉଭୟ ଅନୁଷ୍ଠାନ ପକ୍ଷରୁ ଏକ ଲକ୍ଷ ଦସ ହଜାର ଶହେ ଏଗାର ଟଙ୍କାର ଏକ ଚେକ୍ ପ୍ରଦାନ କରିବା ସହିତ ମିନାକ୍ଷୀଙ୍କୁ କନ୍ଧମାଳ ଜିଲ୍ଲାର କ.ନୁଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗି ପଂଚାୟତର ଗୋଇବନ୍ଧ ଭଳି ଏକ ଆଦିବାସୀ ଅଧୁ୍ୟସିତ ଗ୍ରାମରୁ ଯାଇ ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ଜାଲେସପଟାରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଥିବା ସେବାଶ୍ରମରେ ରହି ପାଠ ପଢି ଏହି କୃତିତ୍ୱ ହାସଲ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ।

ତେବେ କରୋନା ସଂକ୍ରମଣକୁ ଯୋଗୁଁ କୁଈ ଭାଷା ସାହିତ୍ୟ ସମିତି କନ୍ଧମାଳର ସଭାପତି ଦିନବନ୍ଧୁ କହଁର ଓ ସମ୍ପାଦକ ଡା.ନୀରଦ ଚନ୍ଦ୍ର କହଁରଙ୍କ ଅନୁପସ୍ଥିତିରେ ସଦସ୍ୟ ପ୍ରଦୀପ କୁମାର କହଁର ଯୋଗ ଦେଇ ଏହି କାର୍ଯ୍ୟକୁ ରାଜ୍ୟ ସମିତି ତରଫରୁ ସମ୍ପାଦନ କରିଥିଲେ । ତେବେ ଆଗକୁ ଏହି ଉଭୟ ଅନୁଷ୍ଠାନ ଜିଲ୍ଲାରେ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା କରିବା ସହିତ ସେମାନଙ୍କୁ ପୋ୍ରଚତ୍ସିତ  କରିବ ବୋଲି ପ୍ରଦୀପ କୁମାର କହଁର କହିଛନ୍ତି ।

Leave A Reply