ଦୀପାବଳୀ ହିନ୍ଦୁ ଧର୍ମର ସବୁଠୁ ପ୍ରସିଦ୍ଧ ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ l ପ୍ରାୟ ସମସ୍ତେ ଚାହିଁ ଥାଆନ୍ତି ଏହି ପର୍ବଟି ତାଙ୍କ ପାଇଁ ଶୁଭ ହୋଇଥାଉ l ସେଥିପାଇଁ ଦୀପାବଳିଦିନ ସମସ୍ତେ ଜ୍ୟୋତିଷ ଶାସ୍ତ୍ରରେ କୁହା ଯାଇଥିବା ଉପାୟକୁ ଆପଣାଇ ଥାଆନ୍ତି l
ଶାସ୍ତ୍ର ଅନୁସାରେ ଫିଟିକିରି ର ଖୁବ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ଫିଟିକିରି ନକାରାତ୍ମକ ଶକ୍ତିକୁ ଦୂର କରିଥାଏ l ଏହି ଫିଟିକିରି ଉପାୟକୁ ବିଶେଷ ଭାବରେ ଦୀପାବଳୀ ଅମାବାସ୍ୟା ଦିନ କଲେ ଜୀବନରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
* ଘରକୁ ଖରାପ ନଜରରୁ ରକ୍ଷା କରିଥାଏ –
ଦୀପାବଳୀ ଦିନ ଫିଟିକିରି କୁ ଗୋଟିଏ କଳା ରଙ୍ଗର କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ l ଆପଣ ଯଦି ଚାହିଁବେ ତେବେ ଅନ୍ୟ କୋଠରୀରେ ମଧ୍ୟ ଫିଟିକିରି ରଖି ପାରିବେ l ଏପରି କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ଓ ଧନ ଅର୍ଜନ ର ରାସ୍ତା ଖୋଲି ଯାଏ l
* ଛୋଟ ପିଲାଙ୍କୁ ଦୃଷ୍ଟି ଲାଗିବାରୁ ରକ୍ଷା କରେ –
ଯଦି ଘରର କୌଣସି ସଦସ୍ୟଙ୍କୁ ବାରମ୍ବାର ନଜର ବା ଦୃଷ୍ଟି ଲାଗୁଚି ତେବେ ଦୀପାବଳୀ ଦିନ ଖଣ୍ଡିଏ ଛୋଟ ଫିଟିକିରି ନିଅନ୍ତୁ ଓ ୭ଥର ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ବୁଲାଇ ନିଆଁରେ ପୋଡି ଦିଅନ୍ତୁ l
* ଶୁଭ ସମ୍ବାଦ ପାଇବା ପାଇଁ –
ଦୀପାବଳୀ ଅମାବସ୍ୟାଦିନ ଖଣ୍ଡିଏ ଫିଟିକିରି କୁ ପାନ ପତ୍ରରେ ବାନ୍ଧି ଓସ୍ତ ଗଛରେ ଟାଙ୍ଗି ଦିଅନ୍ତୁ l ଏପରି କରିବା ଦ୍ୱାରା ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ହେବା ସହିତ ଋଣ ମୁକ୍ତ ହୋଇ ପାରିବେ l
* କର୍ମ କ୍ଷେତ୍ରରେ ସକାରାତ୍ମକ ରହିବା ପାଇଁ –
ଚାକିରିଆ ହୁଅନ୍ତୁ କିମ୍ବା ବ୍ୟବସାୟୀ ଅଧିକାଂଶ ସମୟରେ ବିଭିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ l ତେଣୁ ଦୀପାବଳୀ ଦିନ ପୂଜା ସାରିବା ପରେ ଫିଟିକିରି କୁ ନାଲି କପଡ଼ାରେ ବାନ୍ଧି ନିଜର କାର୍ଯ୍ୟାଳୟରେ ରଖି ଦିଅନ୍ତୁ l ଏପରି କରିବା ଦ୍ୱାରା ବ୍ୟବସାୟରେ ଲାଗି ରହିଥିବା ଅସୁବିଧା ଦୂର ହେବ ଓ ଚାକିରୀ କ୍ଷେତ୍ରରେ ମଧ୍ୟ ଶୁଭ ସୂଚନା ପାଇବେ l
* ଘରର ବାସ୍ତୁ ଦୋଷ କରିବା ପାଇଁ –
ଦୀପାବଳୀ ଦିନ ନିଜର ଘରର ଚାରିଟି ଦିଗରେ ଫିଟିକିରୀର ଛୋଟ ଖଣ୍ଡକୁ ୪ଟି ଲୁହା ପାତ୍ରରେ ରଖି ଘରର ଚାରି ଦିଗରେ ରଖି ନିଅନ୍ତୁ l ଏହିଭଳି ପ୍ରତେକ ମାସ ଅମାବାସ୍ୟା ଦିନ ଫିଟିକିରି ଖଣ୍ଡର ପରିବର୍ତନ କରନ୍ତୁ l ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ରହିବା ସହ ଜୀବନରୁ ଦୂର ହେବ ଖରାପ ସମୟ l
Comments are closed.