୧୨ ବର୍ଷର କୋମଳମତି ପିଲା ମାନଙ୍କୁ ଏହି ଦେଶରେ ସେକ୍ସ କରିବା ପାଇଁ ମିଳିଥିଲା ସହମତି : ବର୍ତ୍ତମାନ ବଦଳିବାକୁ ଯାଉଛି ନିୟମ
ନୂଆଦିଲ୍ଲୀ : ଫିଲିପାଇନ୍ସ ଦୁନିଆର ସେହି ବଛାବଛି ଦେଶ ମାନଙ୍କ ମଧ୍ୟରେ ସାମିଲ ହୋଇଛି ଯେଉଁଠାରେ ସେକ୍ସ କରିବା ପାଇଁ ବୟସର ସୀମା ୧୨ ବର୍ଷ ରହିଛି l ଶିଶୁ ମାନଙ୍କ ଅଧିକାରକୁ ନେଇ କାମ କରୁଥିବା ସଂସ୍ଥା ମାନେ କହିଛନ୍ତି ଯେ ସେକ୍ସ ପାଇଁ ସହମତି ଦେଉଥିବା ବୟସକୁ ନେଇ ଜଣା ପଡୁଛି ଯେ ଯୌନ ଅପରାଧର କନେକ୍ସନ ରହିଛି l ଅନେକ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ଫିଲିପାଇନ୍ସରେ ଏହି ବ୍ୟାସକୁ ବଦଳାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି l ମିଳିଥିବା ସୂଚନା ଅନୁସାରେ ଫିଲିପାଇନ୍ସ ରେ ବୟସ୍କ ମହିଳାଙ୍କ ତୁଳନାରେ ଛୋଟ ପିଲାଙ୍କ ସହିତ ଅଧିକ ବଳତ୍କାର ଘଟଣାକୁ ନେଇ କେସ ଦର୍ଜ ହୋଇଛି l
ଏମିତିରେ ଦେଖିବାକୁ ଗଲେ ପ୍ରତେକ ୫ଟି ଛୁଆଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୌନ ଶୋଷଣର ଶିକାର ହେଉଛି l କରୋନା ଲକଡାଉନ ସମୟରେ ଏହି କୋମଳମତି ଶିଶୁ ମାନଙ୍କ ସହିତ ଅନଲାଇନରେ ମଧ୍ୟ ଶୋଷଣର ଘଟଣା ବଢି ଯାଇଥିଲା l ଫିଲିପାଇନ୍ସ ଗୋଟିଏ ଧାର୍ମିକ ଦେଶ ଅଟେ ଏବଂ ଏଠାରେ ଅଧିକ ଅଧିବାସୀ କେଥୋଲିକ ଅଟନ୍ତି l ବେଟୀକାନ ପରେ ଫିଲିପାଇନ୍ସ ଏକ ମାତ୍ର ଦେଶ ଯେଉଁଠି ବିବାହ ବିଛେଦକୁ ଅପରାଧ ଭାବରେ ଗଣନା କରାଯାଏ l ଶିଶୁ ମାନଙ୍କର ଅଧିକାର ପାଇଁ କାମ କରୁଥିବା ସଂଗଠନ କହିଛି ଯେ ସେକ୍ସ ର ସହମତି ପାଇଁ ବୟସ ବଢାଇବା ଦ୍ୱାରା ଅପରାଧିକ ମାମଲା ଉପରେ କାର୍ଯ୍ୟ କରିବା ସହଜ ହେବ l
ଏହା ସହିତ ଯୌନ ଶୋଷଣର ଘଟଣାକୁ ନେଇ ଯାଞ୍ଚ କରିବାକୁ ସୁବିଧା ହେବ l ଅନେକ ବର୍ଷ ଧରି ନିୟମ ବଦଳିବାକୁ ନେଇ ଦାବି ହୋଇ ଆସୁଥିଲେ ମଧ୍ୟ ଡିସେମ୍ବର ମାସରେ ଫିଲିପାଇନ୍ସ ସଂସଦରେ ବୟସ ସୀମା ୧୬ ବର୍ଷ ଧାର୍ଯ୍ୟ କରାଯାଇଛି l ବର୍ତ୍ତମାନ ଏହା ସହିତ ଯୋଡି ହୋଇଥିବା ପ୍ରକ୍ରିୟାକୁ ଉପର ସଦନରେ ପ୍ରେରିତ କରାଯିବ l ଆଶା କରାଯାଉଛି ଯେ ଫିଲିପାଇନ୍ସର ରାଷ୍ଟ୍ରପତି ଏହାକୁ ମଂଜୁର କରିବେ l ଗବେଷକ ମାନେ କହିଛନ୍ତି ଯେ ବୟସ ବଢାଇବା ଏକ ପ୍ରାରଂଭିକ ପ୍ରକ୍ରିୟା ଅଟେ ,କାରଣ ନିୟମ ବଦଳିବ ପରେ ଲୋକମାନଙ୍କର ପ୍ରକୃତିକୁ ବଦଳାଇବା ଅଧିକ କଷ୍ଟକର ହେବ l