ସାଉଥମ୍ପଟନ, ୧୩ା୮ (ଏଜେନ୍ସି) : ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସାଉଥମ୍ପଟନ୍ର ରୋଜବାଉଲ ଷ୍ଟାଡିୟମ୍ରେ ଖେଳାଯାଉଛି । ଏହି ମ୍ୟାଚ୍ରେ ପାକ୍ ଅଧିନାୟକ ଆଝାର୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ଦୀର୍ଘ ୧୧ ବର୍ଷ ବରେ ଫୱାଦ ଆଲମଙ୍କୁ ପାକିସ୍ତାନ ସାମିଲ କରିଛି । ସେହିଭଳି ଇଂଲଣ୍ଡ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଥିଲା । ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ବିଶ୍ରାମ ଦିଆଯାଇଛି । ଆର୍ଚରଙ୍କ ସ୍ଥାନରେ ସାମ କୁରନ୍ ଖେଳୁଛନ୍ତି । ପାରିବାରିକ ସମସ୍ୟା କାରଣରୁ ତାରକା ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ନୁ୍ୟଜିଲାଣ୍ଡ ଚାଲିଯାଇଥିଲେ । ତେଣୁ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଇସିବି ଜ୍ୟାକ୍ କାର୍ଲେଙ୍କୁ ସାମିଲ କରିଥିଲା ଇଂଲଣ୍ଡ ।