Odisha news

ଆମେରିକୀୟ କମ୍ପାନି ଫାଇଜର ଭାରତରେ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଲା

0

ନୂଆଦିଲ୍ଲୀ : କୋଭିଡ ଟିକା ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନି ଫାଇଜର ଏବେ ଭାରତରେ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡ଼ିଛି। ଫାଇଜର ଦ୍ବାରା ବିକଶିତ କୋଭିଡ୍‌ ଟିକାର ଜରୁରୀ ବ୍ୟବହାରକୁ ମଂଜୁରି ଦେବାକୁ କମ୍ପାନି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିଜିସିଆଇ)ଙ୍କ ନିକଟରେ ଆବେଦନ କରିଛି।

ବ୍ରିଟେନ୍‌ ଏବଂ ବହରିନ୍‌ ସରକାର ଫାଇଜର ଟିକାକୁ ସ୍ବୀକୃତି ଦେବା ସହ ଗଣ ଟିକାକରଣ ପାଇଁ ମଂଜୁରି ଦେବାପରେ ଏବେ କମ୍ପାନି ଅନ୍ୟ ରାଷ୍ଟ୍ରମାନଙ୍କରେ ଏହାର ବ୍ୟବହାର ବ୍ୟାପକ କରିବାକୁ ଚାହୁଛି। ଭାରତ ଫାଇଜର ସହ ପୂର୍ବରୁ କୌଣସି ଚୁକ୍ତି କରିନାହିଁ ଏବଂ ଏହି ଟିକାର ପରିବହନ ଏବଂ ସଂରକ୍ଷଣ ପାଇଁ ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରା ଆବଶ୍ୟକ ହେଉଥିବାରୁ ଏହା ଭାରତ ପାଇଁ ଅନୁକୂଳ ହୋଇପାରିବ ନାହିଁ ବୋଲି କୁହାଯାଉଛି।

Leave A Reply