Odisha news

ପେଗାସସ୍ କଣ ? ଯାହା ସାରା ବିଶ୍ୱରେ ପକାଇଛି ଚହଳ , ଯଦି ଆପଣଙ୍କ ଫୋନ୍ ର କେହି କରୁଛି ଜାସୁସୀ ତେବେ ଆପଣ କେମିତି ଜାଣିବେ

0
ନୂଆଦିଲ୍ଲୀ : ଆମ ମାନଙ୍କର ଧାରଣା ରହିଛି ଯେ ପେଗାସସ୍ ଗୋଟିଏ ଏଭଳି ଘୋଡା ଯାହାକି ଉଡ଼ି ଥାଏ । ଗ୍ରୀସ ର କାହାଣୀ ଗୁଡ଼ିକ ରେ ଏହି ଘୋଡାର ଆଲୋଚନା ମିଳିଥାଏ , ଯିଏ କି ପବନ ରେ ଉଡ଼ିଥାଏ । କିନ୍ତୁ ଏଠି ଚର୍ଚ୍ଚା ହେଉଛି ଗୋଟିଏ ସଫ୍ଟଓୟାର୍ ର , ଯାହାକୁ ଜାସୁସି ପାଇଁ ବ୍ୟବହାର କରାଯାଇଥାଏ ଯାହାକି ସାରା ବିଶ୍ଵ ରେ ପକାଇଛି ଚହଳ । ମିଡ଼ିଆ , ସଂସଦ ଓ କୋର୍ଟ ରେ ସମସ୍ତ ସ୍ଥାନରେ ଏହାର ଚର୍ଚ୍ଚା ଚାଲିଛି ।
ସାରା ଦୁନିଆରେ ଅନେକ ସ୍ପାଇଓୟାର୍ ର ବ୍ୟବହାର ହୋଇଥାଏ , କିନ୍ତୁ ପେଗାସସ୍ ର ଚର୍ଚ୍ଚା ସବୁଠୁ ଅଧିକ ଚାଲିଛି । ଏହି ସ୍ପାଇଓୟାର କୁ ଇସ୍ରାଏଲ ର NSO ଗ୍ରୁପ୍ ଡେଭେଲପ କରି ଥିଲା , ଯାହାକୁ ଚୋରି ଭାବରେ ଫୋନ୍ ରେ ଇନ୍ଷ୍ଟଲ୍ କରା ଯାଇପାରେ ।
ପେଗାସସ୍ ପଛର କାହାଣୀ :-
ଏହି ସ୍ପାଇ ଓୟାର୍ ପଛରେ ଗୋଟିଏ କାହାଣୀ ରହିଛି । ପେଗାସସ୍ ହେଉଛି ଗ୍ରୀକ୍ ପୌରାଣିକ କଥାର ଗୋଟିଏ ଘୋଡା ର ନାମ ଅଟେ , ଯାହାର କି ଡେଣା ରହିଥିଲା । ଏହା ଏକ ଟାର୍ଜନ୍ ହର୍ସ କମ୍ପ୍ୟୁଟର ଭାଇରସ ଅଟେ । ଯାହାକି ଯେ କୌଣସି ଡିଭାଇସ୍ ରେ ୟୁଜର ର ସିକ୍ରେଟ ବିଷୟରେ ଜାଣି ପାରିବ । ଅର୍ଥାତ୍ ଏହି ସଫ୍ଟ ଓୟାର ଡିଭାଇସ୍ ରେ ଥିବା ଭୁଲ କୁ ଖୋଜି ଥାଏ , ଓ ୟୁଜର ର ଡିଭାଇସ୍ କୁ ପ୍ରଭାବିତ କରିଥାଏ ।
ଏହା ସାହାଯ୍ୟରେ ଯେ କୌଣସି ବ୍ୟକ୍ତି ର ଟେକସ୍ଟ ମେସେଜ କୁ ପଢ଼ାଯାଇ ପାରେ । ଏହା କଲ୍ ମଧ୍ୟ ଟ୍ରାକ କରିଥାଏ ଓ ମାଇକ୍ରୋ ଫୋନ୍ କ୍ୟାମେରା କୁ ମଧ୍ୟ ଆସେସ କରିଥାଏ । ପେଗାସସ୍ କୁ ୨୦୧୬ ରେ ଉଦ୍ଭାବନ କରାଯାଇ ଥିଲା ।
ପ୍ରାୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ଏତେ ହାଇଟେକ୍ ସଫ୍ଟ୍ ଓୟର୍ ହୋଇ ମଧ୍ୟ କିପରି ଲୋକ ଲୋଚନ କୁ ଆସିଲା । ଗୋଟିଏ ଭୁଲ କାରଣରୁ ପେଗାସସ୍ ଧରା ପଡିଥିଲା । ୨୦୧୬ ରେ ଅଗଷ୍ଟ ମାସରେ ଆରବ ରେ ମାନବାଧିକାର କୁ ନେଇ ଆନ୍ଦୋଳନ କରୁଥିବା
ଅହମଦ ମନ୍ସୁର ଙ୍କ ଫୋନ୍ କୁ ଗୋଟିଏ ଟେକଷ୍ଟ ମେସେଜ ଆସିଥିଲା । ଯେଉଁ ମେସେଜ ରେ UAE ରେ ବନ୍ଦ୍ ଥିବା କଏଦୀ ମାନଙ୍କ ଉପରେ ଅତ୍ୟାଚାର ବିଷୟରେ ସୂଚନା ଦିଆ ଯାଇଥିଲା । ମନସୂର୍ ଏହି ଲିଙ୍କ ଟିକୁ ୟୁନଭରସିଟି ଅଫ ଟରୋଣ୍ଟୋ ସିଟିଯେନ୍ ଲ୍ୟାବ କୁ ପଠାଇ ଥିଲେ । ଯେଉଁ ଥିର ମିଳିଥିଲା ଟେକ୍ସ୍ତ ମେସେଜ ରେ ଗୋଟ ଷ୍ପାଇ ଓୟର ରହିଛି । ଯାହାକୁ ସୋସିଆଲ ଇଞ୍ଜିନିୟରିଂ କୁହାଯାଏ
Nalco
Leave A Reply