Odisha news

ସ୍ବାମୀ ର ଯୌନ ଉତ୍ପୀଡନ ସହି ନପାରି ସ୍ତ୍ରୀ ନେଲା ଏଭଳି ସାଙ୍ଘାତିକ ପଦକ୍ଷେପ

0
ମଧ୍ୟ ପ୍ରଦେଶ ର ଶିଙ୍ଗରୋଲି ଜିଲ୍ଲାରେ ଉତି ଗ୍ରାମର ଜଣେ ବ୍ୟକ୍ତିଙ୍କ ଅଦ୍ଭୁତ ହତ୍ୟା ଘଟଣା ସାମ୍ନା କୁ ଆସିଚି । ସ୍ତ୍ରୀ ନିଜ ସ୍ବାମୀ କୁ କୁରାଢି ରେ ଗଳା ଓ ଯୌନାଂଗ କୁ କାଟିଚି । ହତ୍ୟା ଘଟାଇ ଥିବା ମହିଳା ଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଛି । ଗ୍ରାମର ବୀରେନ୍ଦ୍ର ଗୁଜର ଙ୍କ ଶବ ଫେବୃଆରୀ ୨୧ ତାରିଖ ଦିନ ଠାବ କରାଯାଇ ଥିଲା । ମୃତକ ଙ୍କ ଗଳା ଓ ଗୁପ୍ତାଙ୍ଗ ରେ ଆଘାତ ଥିଲା ।
ପୋଲିସ ର ସୂଚନା ଅନୁସାରେ ମୃତକ ଙ୍କ ପତ୍ନୀ କାଞ୍ଚନ ଗୁଜାର ଥାନା ରେ FIR ଦେଇ ନିଜ ସ୍ବାମୀ ଙ୍କ ନିଖୋଜ ହେବା ବିରୁଦ୍ଧ ରେ ଏତଲା ଦେଇଥିଲେ । ସେତେବେଳେ ପୋଲିସ ଏହି ହତ୍ୟା ଘଟଣା ର ଖୁଲାସା କରିବା ପାଇଁ ଛନଭିନ ଆରମ୍ଭ କରି ସମ୍ପର୍କୀୟ ମାନଙ୍କୁ ପଚାରିବା ଆରମ୍ଭ କରିଥିଲା । ଏହି ସମୟରେ ପୋଲିସ ର ନଜର କୁ ମୃତକ ବୀରେନ୍ଦ୍ର ଗୁଜର୍ ଙ୍କ ପତ୍ନୀ ଆସିଥିଲା ।
ଏହା ପରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରି ପଚରା ଉଚୁରା କରିବା ପରେ ପ୍ରକୃତ ଘଟଣା ସାମ୍ନା କୁ ଆସିଥିଲା । ବୀରେନ୍ଦ୍ର ଗୁଯର୍ ଙ୍କ ପତ୍ନୀ କହିଥିଲେ ଯେ ତାଙ୍କ ସ୍ବାମୀ ନିୟମିତ ନିଶା ସେବନ କରୁଥିଲେ । ନିଶା ରେ ସେ ତାଙ୍କୁ ଖୁବ୍ ଯୌନ ଉତ୍ପୀଡନ କରୁଥିଲେ । ଏହାଦ୍ବାରା ବ୍ୟଥିତ ହୋଇ ସେ ନିଜ ସ୍ବାମୀ ର ହତ୍ୟା କରିବା ପାଇଁ ଗୋଟିଏ ଷଡ଼ଯନ୍ତ୍ର କରିଥିଲେ ।
ଫେବୃଆରୀ ୨୧ ତାରିଖ ଦିନ ସେ ନିଜ ସ୍ବାମୀ କୁ ୨୦ଟି ନିଦ ଔଷଧ ଖାଇବାରେ ମିଶାଇ ଦେଇଥିଲେ । ତାଙ୍କ ସ୍ଵାମୀ ଗଭୀର ନିଦରେ ଶୋଇବା ପରେ ସେ ନିଜ ସ୍ବାମୀ ଙ୍କ ଗଳା କାଟି ଥିଲେ ଓ ପରେ ଯୌନାଂଗ କୁ କାଟି ଥିଲେ ।
ଏହାପରେ ସେ ଶବ କୁ ଗୋଟିଏ କପଡ଼ା ରେ ବୁଯୁଲା ଭିତରେ ବାନ୍ଧି ରାସ୍ତା କଡ଼ରେ ଫିଙ୍ଗି ଦେଇ ଆସିଥିଲେ । ଏହାଛଡା ପ୍ରମାଣ ଲୁଚାଇବା ପାଇଁ ତାଙ୍କ ପିନ୍ଧା କପଡ଼ା ଓ ଚପଲ କୁ ମଧ୍ୟ ପୋଡ଼ି ଦେଇଥିଲେ ।
ପୋଲିସ ର ସୂଚନା ଅନୁସାରେ କାଞ୍ଚନ ଗୁଯର ଙ୍କ ମୃତକ ବୀରେନ୍ଦ୍ର ଗୁଜାରା ଙ୍କ ୫ମ ପତ୍ନୀ ଅଟନ୍ତି । ଏହା ପୂର୍ବରୁ ୪ପତ୍ନୀ ଯୌନ ଉତ୍ପୀଡନ କୁ ସହି ନପାରି ତାଙ୍କୁ ଛାଡି ପଳାଇ ଛନ୍ତି । କାଞ୍ଚନ ମଧ୍ୟ ସେହି ଉତ୍ପୀଡନ କୁ ସହି ନପାରି ନିଜ ସ୍ବାମୀ ଙ୍କୁ ହତ୍ୟା କରିଥିଲେ ।
Nalco
Leave A Reply