କେନ୍ଦ୍ରାପଡା ୫/୯ -ପ୍ରଦେଶ କଂଗ୍ରେସ କମିଟିର ବନ୍ୟାଂଚଳ କ୍ଷୟକ୍ଷତି ଆକଳନ କରିବା ପାଇଁ ଗଠିତ କମିଟିର ସଦସ୍ୟ ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ ଶନିବାର କେନ୍ଦ୍ରାପଡା ବନ୍ୟାଂଚଳ ଗସ୍ତ କରିଛନ୍ତି । କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ଅର୍ନ୍ତଗତ ପଟ୍ଟାମୁଣ୍ଡାଇ ବ୍ଲକ୍ ର ସଂହଗାଁ ଓ ପେଣ୍ଠପାଳ ଗ୍ରାମପଂଚାୟତର ବନ୍ୟାଂଚଳ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ବିପନ୍ନ ମାନଙ୍କୁ ସେମାନଙ୍କର କ୍ଷୟକ୍ଷତି ଓ ଦୁର୍ଦ୍ଧଶା ଦେଖି ଆଶ୍ଚର୍ଯ୍ୟ ହେବା ସହିତ କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିଥିଲେ ।
ଭାଙ୍ଗି ଯାଇଥିବା କଚାଘର , ଗୃହପାଳିତ ପଶୁଙ୍କ ଦୁର୍ଦ୍ଧଶା , ଲୋକମାନଙ୍କ ଅକଥନୀୟ ଅଭାବ ଅସୁବିଧା ସଂପର୍କରେ ସେ ନିଜେ ଆଖିରେ ଦେଖିବା ସହିତ ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । ବନ୍ୟା ବିପନ୍ନ ପାଇଁ ସରକାରଙ୍କ ବିଭିନ୍ନ ସହାୟତା କେବଳ କାଗଜ କଲମରେ ସିମୀତ ବୋଲି ସେ ଅଭିଯୋଗ କରିଛନ୍ତି । ବନ୍ୟା କମି ଯାଇଥିଲେ ମଧ୍ୟ ବିପନ୍ନ ମାନଙ୍କୁ ପଲିଥିନ୍ ଖଣ୍ଡେ ଯୋାଗାଇ ଦିଆଯାଇ ନହଁ ବୋଲି ଶ୍ରଯୁକ୍ତ ରାଉତରାୟ କହିଛନ୍ତି । ଏହି ଗସ୍ତ ବେଳେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚିନ୍ମୟ ପ୍ରସାଦ ବେହୁରା , କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ , ସମ୍ବିତ୍ ଶ୍ରୀଚନ୍ଦନ୍ ,ବିଧୁଭୁଷଣ ମହାପାତ୍ର , ଆଶିଷ୍ ମେକାପ ,ମୀର୍ ମୁର୍ସିଦ୍ , ନାରୟଣ ପରିଡା , ପ୍ରଶାନ୍ତ ବିଶ୍ୱାଳ , ଶ୍ରୀକାନ୍ତ ସାମଲ , କୈଳାସ ଦାସ ପ୍ରମୁଖ ସମେତ ଶତାଧରକ ଲୋକ ଉପସ୍ଥିତ ଥିଲେ ।