Odisha news

ବେଗୁନିଆପଡ଼ା ବ୍ଳକରେ ବିଧାୟିକାଙ୍କ ଦ୍ବାରା ଭତ୍ତା ବଣ୍ଟନ

0
କୋଦଳା : ( ୫ ସେପ୍ଟେମ୍ବର ୨୦୨୦) ସୁଶାନ୍ତ କୁମାର ପଟ୍ଟନାୟକ:  ଶନିବାର ଦିନ ବେଗୁନିଆପଡା ବ୍ଲକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭତ୍ତା ବଣ୍ଟନ କରିଛନ୍ତି। ଗୁରୁ ଦିବସରେ ଅବସରରେ ବିଧାୟିକା ନୂତନ ଭାବେ ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ଓ ବିଧବାକୁଂ ନୂତନ ଭାବେ ଭତ୍ତା ପ୍ରଦାନର ବ୍ଯବସ୍ଥା କରିଛନ୍ତି। ବିଧାୟିକା ପ୍ରଥମେ ବ୍ଲକରେ ପହଞ୍ଚି ଦିଶା ଦ୍ୱାରା ଆୟୋଜିତ ଭିଡ଼ିଓ କନ୍ଫରେନ୍ସ କାର୍ଯ୍ୟରେ ଯୋଗ ଦେଇ ଏମ ଏନ ଆର ଇ ଜି ଏ, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଓ ବିଦ୍ୟୁତ ବିଭାଗ ଦ୍ଵାରା ହେଉଥିବା ଯୋଜନାରେ ବିଧାୟକ ଙ୍କ ଗୁରୁତ୍ୱ ରହୁନଥିବା ନେଇ ଦାବି କରିଥିଲେ ।ଏହା ପରେ କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ଅବଲମ୍ବନ କରି ବ୍ଲକର ମୋଟ ୨୨୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ତନ୍ମଧ୍ୟରୁ ୭୭ ଜଣ ଦିବ୍ଯାଗଂ ଭତ୍ତା , ୬୧ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୫୨ ଜଣଙ୍କୁ ବିଧବା ଭତ୍ତା, ୭ ଜଣଙ୍କୁ ଅସହାୟ ଭତ୍ତା  ଓ ୨୮ ଜଣଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା   ପ୍ରଦାନ କରାଯାଇଛି ।ଏହି ଅବସରରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁଙ୍କ ସମେତ ବହୁ ସରପଞ୍ଚ, ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।
Leave A Reply