Odisha news

ପିସିବି-ବିସିସିଆଇ ମଧ୍ୟରେ ମତଭେଦ ନାହିଁ

0

ନୂଆଦିଲ୍ଲୀ,୧୨ା୮(ଏଜେନ୍ସି): ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ପିସିବି) ମଧ୍ୟରେ କୌଣସି ମତଭେଦ ନାହିଁ ବୋଲି ପାକ୍‌ ବୋର୍ଡ ଅଧ୍ୟକ୍ଷ ଏହସାନ୍‌ ମଣି କହିଛନ୍ତି । ଦୁର୍ଭାଗ୍ୟବଶତଃ ଉଭୟ ଦେଶର ରାଜନୈତିକ ଓ କୁଟନୈତିକ ସମ୍ପର୍କରେ ତିକ୍ତତା କାରଣରୁ କ୍ରିକେଟ୍‌ ପ୍ରଭାବିତ ହେଉଛି । ଏବେବି ଦୁଇ ବୋର୍ଡ ମଧ୍ୟରେ ସମ୍ପର୍କ ବହୁତ ଭଲ । ଆଇସିସିରେ ଭାରତର ପ୍ରତିନିଧିତ୍ୱ ମଧ୍ୟ ଭଲ । କେବଳ ବୋର୍ଡସ୍ତରରେ ନୁହେଁ, ମୁଖ୍ୟ କାର୍ଯ୍ୟନିର୍ବାହୀସ୍ତରରେ ମଧ୍ୟ ସମ୍ପର୍କ ଭଲ ଅଛି । ଏହା ଦୁର୍ଭାଗ୍ୟଜନକ ଯେ, ଯେତେବେଳେ କ୍ରିକେଟ୍‌ ଶୃଙ୍ଖଳା କଥା ଆସେ ସେତେବେଳେ ରାଜନୈତିକ ତିକ୍ତତା ବାଟ ଓଗାଲିଥାଏ ।

Leave A Reply