Odisha news

‘ ପଠାନ’ ଚଳଚ୍ଚିତ୍ର ର ବିବାଦ ମଧ୍ୟରେ ହଜାର ହଜାର ଦର୍ଶକଙ୍କ ଗହଳିରେ ଗର୍ଜିଲେ ଶାହରୁଖ

0
ମୁମ୍ବାଇ : ପଠାନ ଚଳଚ୍ଚିତ୍ର ର ବିବାଦ ମଧ୍ୟରେ କୀଙ୍ଗ ଖାନ୍ କଲିକତା ରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ରେ ଉପସ୍ଥିତ ହୋଇଥିଲେ । ଶାହାରୁଖ୍ ଖାନ୍ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଙ୍କ ସହିତ ପହଞ୍ଚି ଥିଲେ । ଏହି କାର୍ଯ୍ୟକ୍ରମ ରେ କିଙ୍ଗ ଖାନ୍ ଙ୍କୁ ଦେଖି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବଲିଉଡ୍ ର ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ସହରୁଖ ସୋସିଆଲ ମିଡ଼ିଆ କୁ ନେଇ ନିଜର ରାୟ ରଖିଥିଲେ ।
ଏହି ସମୟରେ ସେ ନିଜର ବକ୍ତବ୍ୟ ରଖି ଆରମ୍ଭରେ ବଙ୍ଗାଳୀ ରେ କହିବା ଆରମ୍ଭ କରିଥିଲେ । ଶାହରୁଖ ଆସିବା ମାତ୍ରକେ ସମ୍ପୂର୍ଣ୍ଣ ଷ୍ଟାଡିୟମ୍ ଟି କରତାଳି ରେ ଭରି ଯାଇଥିଲା । ସେ କହିଥିଲେ ଯେ ଆଜିର ଆଧୁନିକ ଯୁଗରେ ସାମାଜିକ ଗଣମାଧ୍ୟମ ରେ ଗୋଟିଏ କଲେକ୍ଟିଭ ନ୍ୟାରେଟିଭ ରହିଛି । ମୁଁ କେଉଁଠି ପଢ଼ିଚି ଯେ ନେଗେଟିଭିଟି ସୋସିଆଲ ମିଡ଼ିଆ ର ବ୍ୟବହାର କୁ ଅଧିକ ବଢାଇ ଥାଏ । ଏହାଦ୍ବାରା ତାର ବ୍ୟବସାୟିକ ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଥାଏ । ଏଭଳି ଭାବରେ ବିଭିନ୍ନ ପ୍ରକାର ଆଲୋଚନା ଆମକୁ ବିଭାଜନ କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର ଦ୍ଵାରା ଭାଇଚାରା ଓ ସହାନୁଭୂତି ବୃଦ୍ଧି ହୋଇଥାଏ ।
ଏହାପରେ ଶାହରୁଖ କହିଥିଲେ ଯେ ” ବର୍ତ୍ତମାନ୍ ଆମେ ସମସ୍ତେ ଗୋଟିଏ ନର୍ମାଲ ଜୀବନ ଅତିବାହିତ କରୁଛୁ। ଯେଉଁ କାରଣରୁ ମୁଁ ଆଜି ଆପଣ ମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛି । ଆମର ମନର ସକାରାତ୍ମକ ଭାବନା ଆମକୁ ବଞ୍ଚାଇ ରଖିଛି । “
ଡିସେମ୍ବର ୧୨ ତାରିଖ ରେ ଶାହରୁଖ ଙ୍କ ପଠାନ ଚଳଚ୍ଚିତ୍ର ର ପ୍ରଥମ ଗୀତ ବେସର୍ମ ରଙ୍ଗ ରିଲିଜ୍ ହୋଇଛି । ଦେଖୁଦେଖୁ ଏହି ଗୀତଟି ଇଣ୍ଟରନେଟ୍ ରେ ଭାଇରଲ ହୋଇ ଯାଇଥିଲା । କିନ୍ତୁ କିଛିଟା ସଂଗଠନ ଦୀପିକା ପଦୁକନ ଙ୍କ ସନ୍ୟାସୀ ରଙ୍ଗର ବିକିନୀ ପିନ୍ଧାକୁ ନେଇ ଆସୋନ୍ତାସ ପ୍ରକାଶ କରିଥିଲେ । ଖୋଦ୍ ମହାରାଷ୍ଟ୍ର ର ଗୃହମନ୍ତ୍ରୀ ମଧ୍ୟ ଦୀପିକା ଓ ଶାହରୁଖ ଙ୍କ ଏହି ଗୀତ ଟିକୁ ନେଇ ଅନେକ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଯଦି ସଙ୍ଗୀତ ରେ ପରିବର୍ତ୍ତନ କରାନଗଲେ ତେବେ ସେ ରାଜ୍ୟରେ ଏହି ଚଳଚ୍ଚିତ୍ର କୁ ରିଲିଜ୍ ହେବାକୁ ଦେବନାହିଁ ।
କିନ୍ତୁ ପଠାନ ଚଳଚ୍ଚିତ୍ର ର ବିବାଦ ମଧ୍ୟରେ ଶାହରୁଖ ଙ୍କ ଲୋକ ପ୍ରିୟତା ଖୁବ୍ ମାତ୍ରାରେ ଦେଖିବାକୁ ମିଳିଥିଲା । ଯାହାକି ଦର୍ଶାଇ ଥିଲା ଯେ ତାଙ୍କ ପ୍ରଶଂସକ ତାଙ୍କ ସହିତ ରହିଛନ୍ତି । ଯଦି କୌଣସି ଅସୁବିଧା ନହେଲା ତେବେ ଜାନୁଆରୀ ୨୫ ତାରିଖ ୨୦୨୩ ରେ ଏହି ଚଳଚ୍ଚିତ୍ର ଟି ରିଲିଜ୍ ହୋଇପାରେ ।
Leave A Reply