ପଟ୍ଟାମୁଣ୍ଡାଇ ତା୨୭.୫- ପଟ୍ଟାମୁଣ୍ଡାଇ କଲେଜ ଆଇ.କୁ୍ୟ.ଏ.ସି ବୈଠକ ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଇ.କୁ୍ୟ.ଏ.ସି ସଂଯୋଜକ ପ୍ରଧ୍ୟାପକ ଡଃ. ଦୁଃଶାସନ ପରିଡା ପୂର୍ବ ବୈଠକରେ ସ୍ଥିରିକୃତ କାର୍ଯ୍ୟକ୍ରମ ସପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜର ଇ-ଲାଇବ୍ରେରୀ, ରାଜ୍ୟସ୍ତରୀୟ ଓ ବିଭାଗୀୟ ସେମିନାର ଆୟୋଜିତ ହୋଇଥିବା ସଂପର୍କରେ ସୂଚନା ଦିଆଯାଇଥିଲା ।
ଏଥିରେ ଦୂର୍ଯେ୍ୟାଧନ ପରିଡା, ଭରତ ଚନ୍ଦ୍ର ପାତ୍ର, ପରିକ୍ଷିତ ପାତ୍ର, ଡଃ. ପ୍ରମୋଦ କୁମାର ସାମଲ, ଦିଲ୍ଲୀପ କୁମାର ଭୂୟାଁ, ଡଃ. ସୁନୀଲ କୁମାର ପ୍ରଧାନ, ଡଃ. ରମେଶ କୁମାର ସାହୁ, ଅଧ୍ୟାପକ ଅରବିନ୍ଦ ପାଣ୍ଡବ, ଜିତେନ୍ଦ୍ର ମଲ୍ଲିକ ଓ ଶୁଭାଶୀଷ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କରୋନା ଭୟାବହତା ଦୃଷ୍ଟିରୁ ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ ସାମାଜିକ ଦୂରତ୍ୱ ମଧ୍ୟରେ ପ୍ରତ୍ୟେକ ବିଭାଗ ୱେବ ସେମିନାର କରାଯାଇ ଶିକ୍ଷାଦାନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏଥି ସହିତ ନାକ କମିଟି ପରିଦର୍ଶନକୁ ସଫଳ କରିବା ପାଇଁ ସମସ୍ତ ଆନିସଙ୍ଗିକ କାର୍ଯ୍ୟ ଶେଷ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ପ୍ରଧ୍ୟାପକ ଡଃ ନୀଳମଣି ଲେଙ୍କା ଧନ୍ୟବାଦ ଦେଇଥିଲେ ।