Odisha news

ନୟାଗଡ଼ରେ କରୋନା କଟକଣା କୋହଳ ସକାଳ ୭ ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ଦୋକାନ

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା କଟକଣାରେ କୋହଳ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଲକ୍ଷ୍ୟରେ ଜିଲ୍ଲାରେ ପ୍ରଥମେ ସକାଳ ୭ଟାରୁ  ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ଏବଂ ଓøଷଧ ଦୋକାନ  ଖୋଲା ରହିବାକୁ ଅନୁମତି ଥିଲା । ହେଲେ ମେ’ ୨୬ରୁ ଜିଲ୍ଲା ସମସ୍ତ ଦୋକାନ ବଜାର ସକାଳ ୭ରୁ ଅପରାହ୍ନ୫ ପର୍ଯ୍ୟନ୍ତ ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।

ରାଜ୍ୟସରକାରଙ୍କ ପରିବର୍ତ୍ତିତ କରୋନା ପ୍ରତିରୋଧ ନିଷ୍ପତ୍ତିକୁ ଆଖିରେ ରଖି ଜିଲ୍ଲାପାଳ ପୋମାଟୁଡ଼ୁ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସବୁଠାରେ ସାମାଜିକ ଦୂରତ୍ୱ ରକ୍ଷା କରିବାରେ ଯେପରି ଖିଲାପ ନ ହୁଏ ବ୍ୟବସାୟ ପ୍ରତିଷ୍ଠାନ ତାହା ନିଶ୍ଚିତ କରିବେ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଚେତାବନୀ ରହିଛି ।

ପ୍ରଶାସନର ଏପରି ନିଷ୍ପତ୍ତି ପରେ ମଙ୍ଗଳବାରଠାରୁ ଜିଲ୍ଲାର ସମସ୍ତ ଦୋକାନ ବଜାର ୧୦ ଘଣ୍ଟା ଧରି ଖୋଲା ରହୁଥିବା ଲକ୍ଷ୍ୟ କରାଯାଇଛି । ଅନେକ ବ୍ୟବସାୟ ପ୍ରତିଷ୍ଠାନରେ ଲୋକେ କରୋନା ସତର୍କତା ସାମାଜିକ ଦୂରତ୍ୱ ଭଙ୍ଗ କରୁଥିବା ପରିଲ୍ଲଖିତ ହୋଇଛି । ସୋମବାର ସୁଦ୍ଧା ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରେ କରୋନା ପଜିଟିଭ ସଂଖ୍ୟା ୪୮ରେ ପହଞ୍ଚି ଥିବାବେଳେ ଜିଲ୍ଲାରେ ୧୦ ଘଣ୍ଟା ଧରି ସମସ୍ତ ଦୋକାନ ବଜାର ଖୋଲା ରହିବା କରୋନା ଭୂତାଣୁ ସଂକ୍ରମଣକୁ କିି ପ୍ରକାର ରୂପରେଖ ଦେବ ତାହା ଅନେକ ମନରେ ନାନା ଆଶଙ୍କା ସୃଷ୍ଟି କରିଛି ।

Leave A Reply

Your email address will not be published.