ଗୋଡିବନ୍ଧ/ସମଲ : ଅନୁଗୁଳ ଜିଲ୍ଲା ଝରଣ (ତୁମୁଗୋଳା) ଗ୍ରାମରେ ଜମି କିଣାବିକାକୁ ନେଇ ମହା ଦୁର୍ନିତୀ ଅଭିଯୋଗ ହୋଇଛି ।ସମ୍ପୃକ୍ତ ଗ୍ରାମବାସୀ ସ୍ୱହସ୍ତାକ୍ଷର ଲିଖିତ ଅଭିଯୋଗ ସମଲ ପୋଲିସ୍ ଓ କଣିହାଁ ତହସିଲଦାରଙ୍କ ଠାରେ କରିଛନ୍ତି । ଗ୍ରାମବସୀଙ୍କର ଲିଖିତ ଅଭିଯୋଗ ଉପରେ ଗଣମାଧ୍ୟମର ସରଜମିନ୍ ଅନୁସନ୍ଧାନ ପରେ ସୂଚନା ଯୋଗ୍ୟଯେ,ସମଲ ଥାନା ଅନ୍ତର୍ଗତ ତୁମୁଗୋଳା ଗ୍ରାମର ଭୂମୀହୀନ ହରିଜନ ପ୍ରଜାଙ୍କୁ ସିଲିଂ ଜମିଭାବରେ ଝରଣ ମୈାଜାରେ ଜମି ପ୍ରଦାନ କରାଯାଇଥିଲା ।
ହରିଜନ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଳଚେର ବ୍ଲକ ଅନ୍ତର୍ଗତ ଏକଡାଳ ଗ୍ରାମରକୈଳାସ ପ୍ରଧାନଙ୍କ ପୁଅ ଗୋଲେଖ ପ୍ରଧାନ ଶାଗମାଛ ଦରରେ ସରକାରୀ ଅଧିକାରୀଙ୍କୁ ହାତବାରିଶୀ କରି ହରିଜନ ମାନଙ୍କ ଠାରୁ ଜମି କିଣିଥିଲେ । ଖାତାନଂ-୨୯/୩୫ରେ ୨ଟି ପ୍ଲଟ୍ରେ ଏ୨.୭୩୦ଡେ,ଖାତାନଂ-୨୯/୩୭ରେ ୯ଟି ପ୍ଲଟ୍ରେ ଏ୪.୮୪୦ଡେ ଓ ଖାତାନଂ-୨୯/୪୦ରେ ୨ଟି ପ୍ଲଟ୍ରେ ଏ୧.୦୦ଡେ ଜମି ଅର୍ଥାତ୍ ୩ଟି ଖାତାର ୧୩ଟି ପ୍ଲଟ୍ରେ ସର୍ବମୋଟ ଏ୮.୫୭୦ଡେସିମିଲ ଜାଗା କିଣିଛନ୍ତି । ଏହି ଜାଗା କିଣାବିକାରେ ଚଚଂକତା ପୂର୍ବକ ହରିଜନ ମାନଙ୍କୁ ଧରି କିଣିବାପରେ ଏହି ଯାଗାକୁ ମିଶାଇ ପ୍ରାୟ ୨୫ଏକର ଜଙ୍ଗଲ ଓ ଗୋଚର ଜମିରେ ଏକ ଫାର୍ମ ହାଉସ୍ କରିଛନ୍ତି । କେବଳ ସେତିକି ନୁହେଁ ଶହଶହ ବର୍ଷର ପୁରୁଣା ଆମ୍ବ,ପଣସ,ଲେମ୍ବୁ,କମଳା,କାନ୍ଧିଆ,ପିଜୁଳି ଗଛ ଓ ବଣଭୋଜି ଜାଗାକୁ କାଟି ରାଜା ମହାରାଜା ଅମଳରୁ ଥିବା ଏକମାତ୍ର ଗ୍ରାମ୍ୟ ଓ ଜଙ୍ଗଲ ରାସ୍ତାକୁ ମଧ୍ୟ ସମ୍ପୂର୍ଣ୍ଣ ଜବରଦଖଲ କରିନେଇଛନ୍ତି ।
ଚିରସ୍ରାତା ଝରଣ ପାଣିରେ ଗ୍ରାମର ୧୫୦ଏକର ଖରିଫ୍ ଫସଲ କରାଯାଇଥାଏ,ସେହି ଝରଣ ପାଣିକୁ ବନ୍ଧବାନ୍ଧି ଅଟକାଇବା ଦ୍ୱାରା ଚାଷଜମି ପଡିଆ ପଡିଯାଇଛି । ଦୁଇଟି ବିରାଟ ଜଳାଶୟ ଓ ୨ରୁ ଉର୍ଦ୍ଧ କୂପ ଖନନକରି ଡିସି ପାଣି ମୋଟରବ୍ୟବହାର ଦ୍ୱାରା ଠୋପାଏବି ଗାଁର ଚାଷଜମିକୁ ପାଣି ଆସୁନଥିବା ଦେଖାଯାଇଛି । ସୋଲାର ବିଦ୍ୟୁତ ଜରିଆରେ ବିଦ୍ୟୁତ୍ ତାର ଚାରିପଟେ ଦିଆଯାଇଥିବାରୁ ହାତୀଚଲାପଥ ନଷ୍ଟହୋଇହାତୀମାନେ ଗ୍ରାମମୁହାଁ ହୋଇଛନ୍ତି । ଗ୍ରାମର ସଭାପତି ଓ ବନ ସଂରକ୍ଷଣ ସମିତି ଥିବା ସତ୍ୱେ କାହାକୁ ଭୃକ୍ଷେପ ନକରି ଜଣେ ଦୁଇଜଣ ଦଲାଲଙ୍କ ସହ ମିଶି ଏପରି କରାଯାଇଥିବାର ସୂଚନା ଗ୍ରାମବାସୀ ଦେଇଛନ୍ତି ।
ଏସବୁ ଅଭିଯୋଗ ବର୍ଷକତଳେ ଜିଲ୍ଲାପାଳ,ଉପଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିବା ଗ୍ରାମର ୱାର୍ଡସଭ୍ୟ ଜୟନ୍ତ କୁମାର ଭୂକ୍ତା ଆମ୍ଭ ପ୍ରତିନିଧିଙ୍କୁ କହିଛନ୍ତି । ମୈାଖିକ ଭାବରେ ଅନୁଗୁଳ ଜି୍ଲ୍ଲା ବନାଧିକାରୀ(ଡିଏଫଓ) ଶ୍ରୀ ଭି କାର୍ତ୍ତିକ,ତାଳଚେର ବନାଧିକାରୀ ହିମାନୀ ନାୟକ,,ପବିତ୍ରନଗର ଶିପୁର ସ୍ଥିତ ବନପାଳ ବିଷ୍ଣୁ ଚରଣ ପାଣୀଙ୍କୁ ଜଣାଇ ଦିଆଯାଇଛି । ଏତଦ୍ ଭିନ୍ନ ଅଭିଯୋଗକୁ ୪ଦିନ ବିତିଯାଇଥିଲେମଧ୍ୟ କୈାଣସି ପ୍ରଶାସନିକ ତତ୍ପରତା ଦେଖା ନଯିବାରୁ ଗ୍ରାମ୍ୟ ବରିଷ୍ଠ ନାଗରିକ ରବି ନାରାୟଣ ଦେବତା,ପ୍ରମୋଦ ମାଝୀ,ଜ୍ଞାନେନ୍ଦ୍ର ଭୂକ୍ତା,ଦୁଖବନ୍ଧୁ ଭୂକ୍ତା,ରଞନ କୁମାର ଭୂକ୍ତା,ବିଦ୍ୟାଧର ଭୂକ୍ତା,ଗଣେଶ୍ୱର ମାଝୀ,୧୨ନଂ ୱାର୍ଡସଭ୍ୟ ଜୟନ୍ତ କୁମାର ଭୂକ୍ତା ତଥା ସାଧାରଣରେ ଜିଲ୍ଲାପାଳ ଓ ଆର୍ଡିସିଙ୍କ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ।