Odisha news

ଚାଷୀମାନଙ୍କୁ ସମସ୍ତ କୃଷିଋଣ ଛାଡ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

0

ଅନୁଗୁଳ : ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋଡିନେସନ କମିଟି (ଏ.ଆଇ.କେ.ଏସ୍.ସି.ସି) ସର୍ବଭାରତୀୟ କମିଟି ଡାକରାରେ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ଏ.ଆଇ.କେ.କେ.ଏମ୍.ଏସ୍ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୨ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଚାଷୀମାନଙ୍କ ସମସ୍ତ କୃଷି ଋଣ ଛାଡ କରିବା, ଆସନ୍ତା ଖରିଫ ଫସଲ ପାଇଁ ଆବଶ୍ୟକୀୟ ସୁଧ ମୁକ୍ତ ଋଣ ପ୍ରଦାନ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସାର, ବିହନ, କୀଟନାଶକ ଓ କୃଷି ଯନ୍ତ୍ରପାତି ୭୫% ରିହାତିରେ ଚାଷୀ ଓ ଭାଗଚାଷୀମାନଙ୍କୁ ଯୋଗାଇଦେବା, ଭାଗଚାଷୀମାନଙ୍କ ନାମ ପଞ୍ଜିକରଣ କରବା ସଙ୍ଗେ ସଙ୍ଗେ ଚାଷୀମାନେ ପାଉଥିବା ସମସ୍ତ ସୁବିଧା ଭାଗଚାଷୀମାନଙ୍କୁ ମଧ୍ୟ ଦେବା, ଫସଲ ବୀମା ଭାଗଚାଷୀମାନଙ୍କୁ ଦେବା, ପିଏମ କିଷାନ ବାର୍ଷିକ ସହାୟତା ରାଶି ୧୮ ହଜାର ଟଙ୍କାକୁ ବୃଦ୍ଧି କରିବା, ରାସନକାର୍ଡ ପାଇନଥିବା ଲୋକମାନଙ୍କୁ ମାସକୁ ୧୫ କେଜି ଚାଉଳ କିମ୍ବା ଗହମ ଯୋଗାଇ ଦିଆଯାଉ ଏବଂ ରାସନକାର୍ଡଧାରୀଙ୍କୁ ଜଣପିଛା ମିଳୁଥିବା ୫କେଜି ଚାଉଳ/ଗହମ ପରିବର୍ତ୍ତେ ୧୫ କେଜି କରାଯାଉ ।

ଏଥିସହିତ ସର୍ବନିମ୍ନ ମାସକୁ ୩ କେଜି ଡାଲି, ୧ କେଜି ତେଲ ଏବଂ ୧ କେଜି ଚିନି ଦେବା, ମନରେଗା ରେ ପଂଜିକୃତ/ ଅଣପଂଜିକୃତ ସମସ୍ତ ମଜୁରୀଆଙ୍କୁ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନ କାର୍ଯ୍ୟ ଦେବା, କୋଭିଡ-୧୯ ମହାମାରି ସମୟରେ ପ୍ରତ୍ୟେକ ଗରୀବ ପରିବାରକୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇଦେବା, ସମସ୍ତ ପ୍ରବାସୀ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ମାସ୍କ ପରିଧାନ ଶାରୀରିକ/ ସାମାଜିକ ଦୂରତ୍ୱ ଇତ୍ୟାଦି ନିୟମକୁ କଡା କଢି ପାଳନ କରିବା, ପ୍ରବାସୀ ଶ୍ରମିକମାନଙ୍କ ଉପରେ ହେଉଥିବା ପୋଲିସ ଦମନଲୀଳା ବନ୍ଦ କରିବା, କୃଷକ ବିରୋଧି ଏବଂ କର୍ପୋରେଟ୍ ସପକ୍ଷବାଦୀ ସମସ୍ତ ନଷ୍ପତି, ନିଦେ୍ର୍ଦଶାବଳୀ ଓ ଅଧ୍ୟାଦେଶ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଏ.ଆଇ.କେ.କେ.ଏମ୍.ଏସ୍ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ଅବିଳମ୍ବେ ଦାବିଗୁଡିକ ପୂରଣ କରିବା ପାଇଁ ଜିଲ୍ଲା ସମ୍ପାଦକ ସୁବାସ ପ୍ରଧାନ, ସଂଗଠକ ସଞ୍ଜୟ ସାହୁ, କୁମର ସାହୁ, ଉଦୟ ଭୋଇ ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.