ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ଓ କାଣି ନଦୀ ବନ୍ୟାରେ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗାଁ, ନୀଳକଣ୍ଠପୁର, ବାଲିପାଟଣା ଆଦି ପଚାଂୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସରକାରୀ ସହାୟତା ବ୍ୟତୀତ ବିଭିନ୍ନ ରାଜନୈତିକଦଳ ଓ ସାମାଜିକ ସଂଗଠନ ବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।
କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସଂପାଦକ କିଶୋର ତରାଇ ଓ ବିଶିଷ୍ଟ ସମାଜସେବୀ ଇଂ. ଭଗବାନ ବିଶ୍ୱାଳ ବନ୍ୟାବିପନ୍ନମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟାପ୍ରଭାବିତ ପଚାଂୟତ ଅଳପୁଆ, ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ସିଂହଗାଁ, ନୀଳକଣ୍ଠପୁର ପଚାଂୟତକୁ ଯାଇ ବିପନ୍ନ ଲୋକମାନଙ୍କୁ ଭେଟି ସହାୟତା କରିଛନ୍ତି ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସଂପାଦକ କିଶୋର ତରାଇ ଓ ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଇଂ.ଭଗବାନ ବିଶ୍ୱାଳ ।
ବିପନ୍ନ ଲୋକମାନଙ୍କୁ ଅଭାବଆସୁବିଧା ପଚାରି ବୁଝିବା ସହିତ ଚୁଡା, ଗୁଡ, ଅଟା, ବିସ୍କୁଟ, ମୁଢି, ପାଣିପାଉଚ, ଓଆରଏସ, ଓøଷଧ ଓ ଗାମୁଛା ଆଦି ବଟଂନ କରିଥିଲେ । କିଶୋର ଓ ଭଗବାନଙ୍କ ସହିତ ସତ୍ୟବାନ ବିଶ୍ୱାଳ, ବିକାଶ ସାମଲ, ରାଜ୍ୟ ଯୁବବିଜେଡି ସଂପାଦକ ମାନସ ସାମଲ, ଅଳପୁଆ ସରପଚଂ ରମେଶ ଦାସ, ଅଣ୍ଢରା ସରପଚଂ ଅନ୍ନପୂର୍ଣ୍ଣା ମଲ୍ଲିକ, ନୀଳକଣ୍ଠପୁର ସରପଚଂ ପ୍ରତିନିଧି ଟୁଟୁ ଧଳ, ପେଣ୍ଠପାଳ ସମିତିସଭ୍ୟା ବବିତା ମଳିକ, ତରଡିପାଳ ସଭ୍ୟା ଝୁନୁଲତା ବେହେରା, ଅମୃତମଣୋହି ସଭ୍ୟା ମନ୍ଦାକିନୀ ତରାଇ, ପୂର୍ବତନ ସମିତିସଭ୍ୟ ଅନନ୍ତ ତରାଇ, ଅକ୍ଷୟ ରାଉତ, ପପୁ ଖଣ୍ଡାୟୀ ଆଦି ବିଭିନ୍ନ ପଚାଂୟତର ସରପଚଂ ଓ ସମିତିସଭ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବିପନ୍ନ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ । ଏହାଛଡା କିଶୋର ଭଗବାନଙ୍କୁ ସାଥିରେ ଧରି ନିଜ ଗାଁ ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ବନ୍ୟାବିପନ୍ନ ତନୁପୁର ଗ୍ରାମରେ ବିପନ୍ନ ଲୋକମାନଙ୍କୁ ସହାୟତା କରିଥିଲେ । ଚଳିତ ବନ୍ୟାରେ ଘର ଭାଙ୍ଗି ଥିବା ଲୋକମାନଙ୍କୁ ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା