Odisha news

ଧ୍ରୁବ କୋଭିଡ ନିୟମ ମାନିଲେ ; ପରିବେଶ ସଚେତନତାର ବାର୍ତା ଦେଲେ

0

ପଟ୍ଟାମୁଣ୍ଡାଇ : ମହାମାରୀ କରୋନାକୁ ନେଇ ଥରହର ହୋଇପଡିଛି ସମଗ୍ର ବିଶ୍ୱ । କରୋନା ନିପାତ ପାଇଁ କୌଣସି ଓøଷଧ ଓ ଟୀକା ବାହାରି ନଥିବାରୁ ସଚେତନତା ଓ ସତର୍କତା ବିକଳ୍ପ ଭାବେ ଦେଖାଦେଇଛି । କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ନିୟମ ଲାଗୁ କରିଥିଲେ ମଧ୍ୟ ବହୁ ପ୍ରଭାବଶାଳୀ ରାଜନେତା କୋଭିଡ ନିୟମକୁ ବେଖାତିର କରି ବିବାଦ ଘେରକୁ ଆସିଥିବା ଦେଖାଯାଇଛି । ଆଜି ଥିଲା ପବିତ୍ର କ୍ରାନ୍ତି ଦିବସ ଓ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ବିଧାୟକ ଧ୍ରୁବ କ୍ରାନ୍ତି ଦିବସରେ ମୋପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁଯାୟୀ ଆୟୋଜନ କରି କରୋନା ମୁକାବିଲାରେ ସରକାର ଓ କରୋନା ଯୋଦ୍ଧାଙ୍କୁ ଦୃଢ ସମର୍ଥନ କରିବା ସହିତ ଚାରା ବଟଂନ କରି ପରିବେଶ ସଚେତନତାର ବାର୍ତା ଦେଇଛନ୍ତି । ମହାମାରୀ କରୋନା ସମୟରେ ଧ୍ରୁବଙ୍କ ନିଆରା କାର୍ଯ୍ୟକ୍ରମକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି ।

Leave A Reply