ପଟ୍ଟାମୁଣ୍ଡାଇ ତା୫.୭- ଗୁରୁ ପରମ୍ପରାର ମହାନ ଉସôବ ଗୁରୁ ପୂର୍ଣ୍ଣିମା ଉସôବ କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପାଳିତ ହୋଇଯାଇଛି । ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ପ୍ରଭୁ ରାଧାରମଣଜୀଉ, ପଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଦେବ, ମା ସୁଭଦ୍ରା, ପ୍ରଭୁ ହନୁମାନଜୀଉ ଓ ଗୋପେଶ୍ୱର ମହାଦେବଙ୍କର ପ୍ରତୁ୍ୟଷରୁ ପୂଜାର୍ଚ୍ଚନା କରାଯାଇଥିଲା । ଓଡିଶା ସନ୍ଥ ସମାଜ ପ୍ରତିନିଧି ରାଧାରମଣ ମଠ ମହନ୍ତ ଗୁରୁ ଅସୀମାନନ୍ଦ ଦାସ ମହାରାଜଙ୍କୁ ଶିଷ୍ୟମାନେ ପୂଜାର୍ଚନା କରିଥିଲେ ।
ଗୁରୁଙ୍କ ପାଦପଦ୍ମରେ ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ ପ୍ରଦାନ କରି ପୂଜାର୍ଚନା କରି ଆଶିର୍ବାଦ ଭିକ୍ଷା କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡା, ସାଧନାର ସ୍ୱରୂପ ସଂପାଦକ ଦେବବ୍ରତ ଦେବତା, ବାବାଜି ପ୍ରେମସ୍ୱରୂପ ଦାସ, ମହେନ୍ଦ୍ର ଦାସ, ପୁରୁଷୋତମ ବେହେରା, ଅମ୍ବୁଜ ଭୂଷଣ ନାୟକ, ସୁକାନ୍ତ ଦାସ, ନବୀନ ଦାସ, ରେନ୍ନେଶ ସାହୁ, ମୃତୁ୍ୟଞୟ ସୂତାର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।