Odisha news

ଦନ୍ତା ହାତୀ ଆତଙ୍କରେ ପାଟକନା ଗ୍ରାମବାସୀ : ହଦଗଡ଼ ଅଭୟାରଣ୍ୟରୁ ୨ଟି ଦନ୍ତାହାତୀ ରାଉତରାପୁର ଗ୍ରାମରେ ପଶିଲେ

0

ଆଗରପଡ଼ା : ଆଗରପଡ଼ା ସୀମାବର୍ତ୍ତୀ ପାଟକନା ଗ୍ରାମରେ ଶନିବାର ଓ ରବିବାର ସନ୍ଧ୍ୟାରୁ ୨ ଗୋଟି ଦନ୍ତାହାତୀ ଆତଙ୍କ ଖେଳାଉଛନ୍ତି । ହାତୀ ଆତଙ୍କରେ ଏବେ ଗ୍ରାମବାସୀମାନେ ଭୟଭୀତ ହୋଇ ଏକତ୍ରିତ ହୋଇ ଜଗିରହିଛନ୍ତି । ସୂଚନାମୂଳେ ଶନିବାର ରାତ୍ରରେ ନିକଟସ୍ଥ ହଦଗଡ଼ ଅଭୟାରଣ୍ୟରୁ ·ଲି ଆସିଥିବା ୨ ଗୋଟି ଦନ୍ତାହାତୀ ରାଉତରାପୁର ଗ୍ରାମର ଜନବସିତିକୁ ପଶିଆସି ଗ୍ରାମର ସୁରେଶ ପରିଡ଼ା, ନାରାୟଣ ଶତପଥୀ, ରଞ୍ଜୁ ପାଣିଗ୍ରାହୀ, ସୁରେଶ ଦାସଙ୍କ ବାଡ଼ିରେ ପଶି ବିଭିନ୍ନ ପନିପରିବା, ଗଛ ଓ ଘେରାକୁ ନଷ୍ଟ କରିଥିବା ବେଳେ କାହ୍ନୁ ଦାସଙ୍କ ଘରେ ଥିବା ଧାନକୁ ଖାଇ ଫିଙ୍ଗା ଫୋପଡ଼ା କରି ନିକଟସ୍ଥ ବାଲିଝର ତୋଟାକୁ ଫେରି ଯାଇଥିଲେ ।

ଆଜି ସନ୍ଧ୍ୟାରେ ହାତୀ ଦ୍ୱୟ ସାଳନ୍ଦୀ ନଦୀ ପାରିହୋଇ ଗ୍ରାମରେ ପ୍ରବେଶ କରି କ୍ଷତି ଘଟାଇ ·ଲିଥିବା ବେଳେ ଘଟଣାସ୍ଥଳରେ ବନବିଭାଗର କର୍ମ·ରୀ, ଦମକଳ ଓ ଥାନା କର୍ମ·ରୀମାନେ ଜଗି ରହିଛନ୍ତି । ପ୍ରକାଶଥାଉକି ଗତ ୨୪ ତାରିଖ ବିଳମ୍ବିତ ରାତ୍ରରେ ପାଟକନା ଗ୍ରାମର ଭାମା ଭୁତିଆଙ୍କ ଘରକୁ ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ କୃଷ୍ଣଚନ୍ଦ୍ର ନାୟକ, ମୂରଲୀ ନାୟକଙ୍କ ଘରକୁ ଆଂଶିକ କ୍ଷତି ଘଟାଇବା ସହିତ ପିଣ୍ଡାରେ ଥିବା ଧାନ ଓ କୁଣ୍ଡାକୁ ଖାଇ ଫିଙ୍ଗି ନଷ୍ଟ କରିଛି ଓ ସତ୍ୟାନନ୍ଦ ଘଡ଼େଇ, ପ୍ରଫୁଲ୍ଲ ମଣ୍ଡଳ, ଜଗା ଘଡ଼େଇ, ନାରଣ ଘଡ଼େଇଙ୍କ ବାଡ଼ିରେ ପଶି ବାଇଗଣ, ଲଙ୍କା, ମକା, ଭେଣ୍ଡିଆଦି ପନିପରିବା ନଷ୍ଟ କରିଥିଲା ।

Leave A Reply