Odisha news

ବିକିନି ପିନ୍ଧି ରୋଗୀ ସେବା

0

ଡାକ୍ତରଙ୍କୁ ଭଗବାନ ସମାନ କୁହାଯାଏ । ଏବେ ସୋସାଲ ମିଡିଆରେ ଏପରି ଜଣେ ଡାକ୍ତରଙ୍କ ଖବର ଭାଇରାଲ ହେଉଛି ଯାହାକୁ
ନେଇ ବିବାଦ ଆରମ୍ଭ ହୋଇଯାଇଛି । ହୱାଇରେ ରହୁଥିବା ଡା. କ୍ୟାଣ୍ଡିସ୍‌ ମେହେର ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି ଯାହାକୁ ଏବେ ସୁଦ୍ଧା ୨ ଲକ୍ଷ ୫୮ ହଜାର ଲୋକ ଲାଇକ୍‌ କରିସାରିଛନ୍ତି । ଏଥିରେ କ୍ୟାଣ୍ଡିସ୍‌ ବିକିନି ପିନ୍ଧି ରୋଗୀ ସେବା କରୁଥିବା ଦେଖିବାକୁ ମିଳିଛି । ବୋଟିଂ ଯୋଗୁ କ୍ଷତାକ୍ତ ହେଉଥିବା ଲୋକଙ୍କ ଚିକିତ୍ସା ସେ ସମୁଦ୍ର ବେଳାଭୂମିରେ କରିଥାନ୍ତି । ବିଚ୍‌ରେ ଡୁ୍ୟଟି ଥିବା ଯୋଗୁ ସେ ବିକିନି ପିନ୍ଧିଥାନ୍ତି । ଅନେକ ଲୋକ ତାଙ୍କର ଏପରି ପୋଷ୍ଟକୁ ଅନ୍‌ପ୍ରଫେଶନାଲ କହିଛନ୍ତି । ଅନେକେ ମେଡିକାଲ ଟର୍ମସ୍‌କୁ ବଦନାମ କରିବାର ଅଭିଯୋଗ ଆଣିଛନ୍ତି । ହେଲେ କ୍ୟାଣ୍ଡିସ୍‌ ସମସ୍ତ ଆଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି । ହୱାଇର କାଲାହୋଓରେ କାମ କରୁଥିବା କ୍ୟାଣ୍ଡିସ୍‌ କହିଛନ୍ତି, ଯେତେବେଳେ ଆପଣ ଡଙ୍ଗା ଯୋଗୁ କ୍ଷତାକ୍ତ ହେବେ, ଡା. ବିକିନି ବିଚ୍‌ରେ ଜୀବନ ବଞ୍ଚାଇବେ ।’ ଏହି ଫଟୋ ଭାଇରାଲ ହେବା ପରେ ସୋସାଲ ମିଡିଆରେି #MedBikiniç ଟ୍ରେଣ୍ଡ୍‌ ହେବାକୁ ଲାଗିଲା ।

Leave A Reply