Odisha news

ଗରମ୍ ପାୟସ ଡେକଚିରେ ପଡି ଶିଶୁ ଗୁରୁତର ଘଟଣା ଆଜି ମୃତ୍ୟୁ

0
ନୂଆପଡା-୨୯/୫ : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାନିମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗତ ୨୬ ତାରିଖ ଦିନ ଗଙ୍ଗା ଭୋଜି ପାଇଁ ରନ୍ଧା ଚାଲିଥିବା ବେଳେ ରାନ୍ଧି କି ସଦ୍ୟ ଗରମ ପାୟସ(କ୍ଷୀରି) ପାତ୍ରରେ ପଡି  ଶିଶୁ ଗୁରୁତର ହୋଇ ଶରୀରର ୯୦% ଶତକଡା ପୋଡ଼ିଯାଇ ଯାଇଥିଲା ।ଗ୍ରାମର ହୁତେଶ କୁମାର ହେର୍ଣ୍ଣା ଙ୍କ ଚାରି ବର୍ଷର ପୁଅ ବିକାଶ ହେର୍ଣ୍ଣା ଭୋଜି ପାଖରେ ଖେଳୁଥିବା ସମୟରେ ଗରମ ପାୟସ ପାତ୍ରରେ ପଡି ଯାଇଥିଲେ।ପାଖରେ ଥିବା ଧନସିଂ ନାଗ ତାଙ୍କୁ ଉଦ୍ଧାର କରିଥିଲେ।ଶିଶୁର ଦେହ ସାରା ପୋଡି ଯାଇଥିବା ବେଳେ ଧନ ସିଂ ଙ୍କ ଦୁଇ ହାତ ମଧ୍ୟ ପୋଡି ଯାଇଛି।ଶିଶୁକୁ ପ୍ରଥମେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ରେଫର କରାଯାଇଥିଲା। ଶିଶୁର ବାପା ଜଣେ ଗଣ ଶିକ୍ଷକ ଓ ମାସିକ ସାତ ହଜାର ଦରମା ପାଆନ୍ତି।ଶିକ୍ଷକ ହେବା ହେତୁ ତାଙ୍କୁ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ମିଳିନାହିଁ। ଏପରି ଅବସ୍ଥାରେ କିପରି ପୁଅର ଚିକିତ୍ସା କରାଇବେ ସେନେଇ ଚିନ୍ତାରେ ପରିବାର ଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥା ରେ ଛତିଶଗଡ ରାଜଧାନୀ ରାୟପୁର ର ଏକ ବେସରକାରୀ ଡାକ୍ତର ଖାନ ରେ ଶିଶୁ ର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶିଶୁ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି।
Leave A Reply