ନୂଆଦିଲ୍ଲୀ : କୁହନ୍ତି ଯେ ଲକ୍ଷ ଲକ୍ଷ ପ୍ରତିବନ୍ଧ ସତ୍ୱେ ମଦ ପିଉଥିବା ବ୍ୟକ୍ତି ପିଇବାର ଉପାୟ ବାହାର କରି ଦିଏ ,ସେହି ସ୍ଥାନ ଅନ୍ତରୀକ୍ଷ ହେଉନା କାହିଁକି l କିଛି ଏହିଭଳି ଘଟିଥିଲା ୧୯୯୭ ରେ l ରୁଷର ଅନ୍ତରୀକ୍ଷ ଯାତ୍ରୀ ମୀର ସ୍ପେସ ଷ୍ଟେସନରେ ମଦ ପିଇବାକୁ ନେଇ ପ୍ରତିବନ୍ଧକ ଲଗାଯିବ ସତ୍ୱେ ମଧ୍ୟ ନିଜ ସହିତ ବ୍ରାଣ୍ଡି ନେଇ ଯାଇଥିଲେ ଓ ଏବିଷୟରେ କେହିବି ଜାଣି ପାରିନଥିଲେ l ମଦକୁ ଅନ୍ତରୀକ୍ଷକୁ ନେଇକି ଯିବାପାଇଁ ସେ ଗୋଟିଏ ଅଦ୍ଭୁତ ଉପାୟ ଆପଣାଇ ଥିଲେ ,ଯେଉଁ ବିଷୟରେ ବର୍ତମାନ ଜଣା ପଡିଛି l ଅନ୍ତରୀକ୍ଷ ଯାତ୍ରୀ ଜଣଙ୍କ ଏହାକୁ ସ୍ୱୀକାର କରିଛନ୍ତି l
ଅନ୍ତରୀକ୍ଷ ଯାତ୍ରୀ ଜଣଙ୍କ ନିଜର ବିଶେଷ ପୋଷାକ ଭିତରେ ବ୍ରାଣ୍ଡି ବୋତଲଟିକୁ ଲୁଚାଇ ରଖିଥିଲେ ଏବଂ ତାହାକୁ ଗୋଟିଏ ଜୁସର ବୋତଲ ବୋଲି କହିଥିଲେ l କେବଳ ଏତିକି ନୁହେଁ ,ସେ ନିଜ ସହିତ ନେଇକି ଯାଉଥିବା ବହି ଗୁଡିକୁ ମଧ୍ୟ କମ କରି ଦେଇଥିଲେ ଓ ସେହି ସ୍ଥାନରେ ମଦ ବୋତଲ ଲୁଚାଇ ରଖିଥିଲେ l ଡେଲି ମେଲ ରିପୋର୍ଟ ଅନୁସାରେ ଜଣେ ଅନ୍ତରୀକ୍ଷ ଯାତ୍ରୀ ହାତରେ ବନ୍ଧା ହୋଇଥିବା ବ୍ୟାଣ୍ଡରେ ମଧ୍ୟ ମଦ ବୋତଲ ଲୁଚାଇ ରଖିଥିଲେ l ଏହି ବ୍ୟାଣ୍ଡଟିର ବ୍ୟବହାର ରକ୍ତଚାପ ମାପିବା ପାଇଁ କରାଯାଇଥାଏ l
ଆଉ କିଛି ଅନ୍ତରୀକ୍ଷ ଯାତ୍ରୀ ନିଜର ଓଜନ କମ କରିବା ପାଇଁ ଖାଦ୍ୟ କମ ଖାଇଥିଲେ ଏବଂ ଅନ୍ୟ ଓଜନ ମାପର ମଦ ବୋତଲ ସ୍ପେସସୁଟ୍ ରେ ନେଇ ଯାଇଥିଲେ l ସେତେବେଳର ଗୋଟିଏ ଫଟୋ ବର୍ତ୍ତମାନ ଭାଇରଲ ହେଉଛି ,ଯେଉଁଥିରେ ଦେଖିବାକୁ ମିଳୁଛି ଅନ୍ତରୀକ୍ଷ ଯାତ୍ରୀ ମିର ସ୍ପେସ ଷ୍ଟେସନରେ ମଦ ପାର୍ଟି କରୁଛନ୍ତି l ଏହି ଫଟୋଟିକୁ ନାସା ଜଣେ ଅନ୍ତରୀକ୍ଷ ଯାତ୍ରୀ ଉଠାଇଥିଲେ l ଏମିତିରେ ଦେଖିବାକୁ ଗଲେ ସ୍ପେସ ଷ୍ଟେସନରେ ମଦ ସେବନ କରିବା ବର୍ଜନୀୟ ଅଟେ l କାରଣ ମଦରେ ଥିବା ଗୋଟିଏ ତତ୍ୱ ଇଥନଲ ସେଠାରେ ଥିବା ଉପକରଣକୁ କ୍ଷତି ଗ୍ରସ୍ତ କରାଇ ପରେ l