ସୁଭେନ୍ଦ୍ର ପଟ୍ଟନାଏକ : ଏବେବି ଲୋମହର୍ଷଣ କlରି ଆତଙ୍କବାଦର କରାଳ ଛାୟାରୁ ମୁକ୍ତି ପାଇନି ଭାରତ l ଆମ ମାଟି ମାର ବୀର ସନ୍ତାନ ସିମlନ୍ତରେ ସଜାଗ ପ୍ରହରୀ ପରି ଜଗିରହିଛି l ତାର ଅତ୍ୟାଧୁନିକ ସୁସଜ୍ଜିତ ଅସ୍ତ୍ରରେ ଆତଙ୍କବାଦୀ ମାନେ କର୍ଡନ ଭିତରକୁ ଆସିବାକୁ ସାହସ କରୁନାହାନ୍ତି l ରକ୍ତରେ ଲାଗିଛି ନିଆଁ ମନରେ ଦେଶ ପ୍ରେମର ଭାବ , ଆସୁ କିଏ ଆସୁଛି ମାରିବି ନହେଲେ ମରିବି l ଏ ହେଉଛି ଆମଦେଶର ସମସ୍ତ ପ୍ରହରୀ ମାନଙ୍କ ମନର କଥା l ସେହି ସମସ୍ତ ପ୍ରହରୀ ମାନଙ୍କୁ ସଲାମ କଲାବେଳେ ମନ ବଗିଚାରେ ନାଚି ଉଠୁଛି ସେହି ୨୦୦୧ ମସିହା ଡିସେମ୍ବର ୧୩ ତାରିଖର ଦୁର୍ଦ୍ଦିନର କାହାଣୀ କିନ୍ତୁ ଆମର ସୁରକ୍ଷା କର୍ମୀ ମାନେ ଜୀବନକୁ ବାଜି ଲଗାଇ ଏହି ଆତଙ୍କବାଦୀଙ୍କ ଯୋଜନାକୁ ବିଫଳ କରିବାରେ ସକ୍ଷମ ହୋଇଥିଲେ l
୨୦୦୧ ଡିସେମ୍ବର ୧୩ ତାରିଖ ଦିନ ସଂସଦରେ କଫିନ୍ ଘୋଟାଲାକୁ ନେଇ ହଟଗୋଳ ସୃଷ୍ଟି ହୋଇଥିଲା ଏବଂ ଲୋକସଭା ଓ ରାଜ୍ୟସଭା ଉଭୟ ଗୃହକୁ ସ୍ତଗିତ ରଖାଯାଇଥିଲା l
ସୁରକ୍ଷା କର୍ମୀ ମାନେ ଦେଖିଲେ ଗୋଟିଏ ଧଳା ରଙ୍ଗର ଆମ୍ବାସଡର କାର୍ ସଂସଦ ଭବନର ଫlଟକ ନମ୍ବର ୧୧ ଆଡକୁ ମାଡି ଆସୁଛି ଓ ଫାଟକ ନଂ ୧୨ ପାଖରୁ ରାଜ୍ୟ ସଭାକୁ ଯିବାପାଇଁ ରାସ୍ତା ରହିଛି l ଯେହେତୁ ଉପରାଷ୍ଟ୍ରପତିଙ୍କ ଗାଡି ଯିବା ପାଇଁ ପ୍ରସ୍ତୁତ ହେଉଥିଲା ସୁରକ୍ଷା କର୍ମୀ ମାନେ କାର୍ ଟିକୁ ସେଠାରେ ଅଟକି ରହିବା ପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ ଗାଡି ଚାଳକ ତାଙ୍କ କଥା ଶୁଣି ନଥିଲେ ଓ ସେଠାରେ ଅପେକ୍ଷାରତ ଏ .ଏସ .ଆଇ ଜିତରାମ ସେହି କାର୍ ଟିକୁ ଅଟକାଇବା ପାଇଁ ପଛରେ ଦୌଡ଼ିଥିଲେ l ହଟାତ କାର୍ ଟି ଉପରାଷ୍ଟ୍ରପତିଙ୍କ ପାଇଁ ରଖାଯାଇଥିବା କାର୍ କୁ ଧକା ଦେଇ ଓଲଟାଇ ଦେଇଥିଲା l ଏ .ଏସ .ଆଇ ଜିତରାମ କାର୍ ଚାଳକ ନିକଟକୁ ଯାଇ ତାର କଲର ଧରି ଟାଣି ଆଣିଥିଲେ ଏବଂ ଦେଖିଲେ କାର୍ ଭିତରେ ସେନା ପୋଷାକ ପିନ୍ଧି କିଛି ଯବାନ ବସିଛନ୍ତି l
ସେତେବେଳକୁ ଏ .ଏସ .ଆଇ ଜିତରାମ ଜାଣି ସରିଥିଲେ କାର୍ ଭିତରେ ଯେଉଁମାନେ ସେନାର ପୋଷାକ ପିନ୍ଧି ବସିଛନ୍ତି ସେମାନେ ସେନା ନୁହଁନ୍ତି ବରଂ କିଛି ଦୁର୍ବୁତ୍ତ ଭିତରକୁ ପଶି ଆସିଛନ୍ତି l ହଟାତ କାର୍ ଚାଳକଟି ଦ୍ରୁତ ଗତିରେ ଫାଟକ ନମ୍ବର ୯ ଆଡ଼କୁ ଗାଡି ଚଳାଇବାକୁ ଲାଗିଲା l ସେଠାରେ ଉପସ୍ଥିତ ଆଉ ଏକ ସୁରକ୍ଷା କର୍ମୀ ଜେ .ପି ଯାଦବ ଏହି ସବୁ ଜିନିଷ ଦେଖି ସବୁ ସୁରକ୍ଷା କର୍ମୀଙ୍କୁ ସନ୍ଦେଶ ପଠାଇଲେ ଯେ ସମସ୍ତ ଫାଟକ ବନ୍ଦ କରିଦେବା ପାଇଁ l କାର୍ ଟି ଦ୍ରୁତ ଗତିରେ ଥିଲା ଦିଗହରା ହୋଇ ଗୋଟିଏ ପଥରକୁ ଧକା ଦେଲା ଏବଂ ସେହିଠାରେ କାର୍ ଟି ଅଟକି ରହିଥିଲା ଓ କାର୍ ରେ ବସିଥିବା ୫ଜଣ ଆତଙ୍କବାଦୀ କାର୍ ରୁ ବାହାରି ତାର ବିଛାଇବା ଆରମ୍ଭ କରି ଦେଇଥିଲେ l
ସେମାନେ କାର୍ ରୁ ଓହ୍ଲାଇ ସାଙ୍ଗରେ ଆଣିଥିବା ବିସ୍ଫୋଟକକୁ ବିଛା ଯାଇଥିବା ତରାରେ ସଂଯୋଗ କରିବା ପାଇଁ ପ୍ରସ୍ତୁତ ହେଉଥିଲେ l ଏ .ଏସ .ଆଇ ଜିତରାମ କାର୍ ଟି ଅଟକି ଥିବ ସ୍ଥାନରେ ପହଞ୍ଚି ତାଙ୍କ ବନ୍ଧୁକରୁ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବାକୁ ଲାଗିଥିଲେ ଏବଂ ଏହି ଗୁଳିଟି ଯାଇ ଜଣେ ଆତଙ୍କୀର ପାଦରେ ବାଜିଥିଲା, ସଙ୍ଗେ ସଙ୍ଗେ ଆତଙ୍କବଦୀ ମାନେ ପ୍ରତି ଜବାବରେ ଗୁଳି ଚଳାଇଥିଲେ ଓ ସେହିଠାରେ ହିଁ ଏ .ଏସ .ଆଇ ଜିତରାମ ଟଳି ପଡ଼ିଥିଲେ l
ଆତଙ୍କବଦୀ ମାନେ ଚାହୁଁଥିଲେ କାର୍ ଟିକୁ ବିସ୍ଫୋରଣ କରି ଉଡାଇ ଦେବା ପାଇଁ କିନ୍ତୁ ତାଙ୍କର ଏହି ଚେଷ୍ଟା ବିଫଳ ହୋଇଥିଲା ଏବଂ ସେମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ l ଗୁଳି ଚଳାଇ ଗ୍ରେନେଟ୍ ଫିଙ୍ଗି ଫାଟକ ନମ୍ବର ୯ ଆଡକୁ ମାଡି ଚାଲିଲେ l ସଂସଦ ଭବନ ପରିସର ଗୁଳି ଓ ବୋମା ବର୍ଷଣରେ କମ୍ପି ଉଠିଥିଲା l
ସୁରକ୍ଷା କର୍ମୀମାନେ ଗଣମାଧ୍ୟମ ପ୍ରତିନିଧି ଓ ସଂସଦ ମାନଙ୍କ ପାଇଁ ଜରୁରୀ ପଦକ୍ଷେପ ନେଇଥିଲେ l ଫାଟକ ନମ୍ବର ୯ ଆଡକୁ ଆସୁଥିବା ଆତଙ୍କବାଦୀ ମାନଙ୍କୁ ଅଟକାଇବା ପାଇଁ ଦ୍ରୁତ ଗତିରେ ଗୁଳି ଚଳାଯାଉଥିଲା l ସେମାନେ ଫାଟକ ନିକଟରେ ପହଞ୍ଚିବା ପୂର୍ବରୁ ଫଟାକଟିକୁ ବନ୍ଦ କରିଦିଆ ଗଲା l ନମ୍ବର ୯ ନମ୍ବର ଫାଟକ ବନ୍ଧ ଥିବା ହେତୁ ୫ ନମ୍ବର ଫାଟକ ଆଡକୁ ଅଗ୍ରସର ହେଲେ l କିନ୍ତୁ ଏମାନଙ୍କ ମଧ୍ୟରୁ ତିନିଜଣ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀମାନେ ଫାଟକ ନମ୍ବର ୯ ନିକଟରେ ମାରି ଦେଇଥିଲେ l ଜଣେ ଆତଙ୍କବାଦୀ ଗ୍ରେନେଡ଼ ପକାଇ ଫାଟକ ନମ୍ବର ୫ରେ ପହଞ୍ଚି ଯାଇଥିଲା ,କିନ୍ତୁ ତାକୁ ସେଠାରେ ମଧ୍ୟ ମାରି ଦିଆଯାଇଥିଲା l
କିନ୍ତୁ ଶେଷ ଆତଙ୍କବାଦୀ ଜଣଙ୍କ ଫାଟକ ନମ୍ବର ୧ ଆଡକୁ ଯାଉଥିଲା l ଏହି ଆତଙ୍କବଦୀଟି ନିଜ ଶରୀରରେ ବିସ୍ଫୋଟକ ଲଗାଇଥିଲା l ତାର ଉଦେଶ୍ୟ ଥିଲା ସଂସଦ ଭବନ ଭିତରକୁ ଯାଇ ନିଜକୁ ବିସ୍ଫୋଟ କରାଇବା ,କିନ୍ତୁ ସେହି ସମୟରେ ଜଣେ ସୁରକ୍ଷା କର୍ମୀଙ୍କର ଗୁଳି ତା ଶରୀରରେ ଲାଗିଥିବା ବିସ୍ଫୋଟକରେ ବାଜିବା ଦ୍ୱାରା ସେହିଠାରେ ହିଁ ଆତଙ୍କବାଦୀର ବିସ୍ଫୋରଣ ଫଳରେ ଆତଙ୍କବଦୀଟିର ମୃତ୍ୟୁ ହୋଇଥିଲା l
ବିଗତ ସ୍ମୃତିକୁ ମନେ ପକାଇଲେ ଦୁଃଖତ ନିଶ୍ଚତ ଲାଗେ କିନ୍ତୁ ପରୋକ୍ଷରେ ସଜାଗ କରିଦିଏ ଯାତି , ଧର୍ମ , ବର୍ଣ , ନିର୍ବିଶେଷରେ ସମସ୍ତଙ୍କୁ ସ୍ନେହ ଓ ମମତାର ଅନୋଖା ରଜୁରେ ବାନ୍ଧି ରଖିବା ଦରକାର , ଯେତେବି ଆମ ଭିତରେ ମନାନ୍ତର ଓ ମତାନ୍ତର ଥାଉ ଦେଶର ସ୍ୱାର୍ଥ ହାନି ହେଲାଭଳି କାର୍ଯ୍ୟ କରିବା ନାହିଁ l ଦେଶ ବଞ୍ଚିଲେ ଆମେ ବଞ୍ଚିବା l ତେଣୁ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବା l ସଂତ୍ରାସ ବାଦ କାର୍ଯ୍ୟ କଳାପ ସୂଚନା ପାଇଲେ ତୁରନ୍ତ ଜାତୀୟ ନିରାପତା ବିଭାଗକୁ ଜଣାଇଦେବା ଉଚିତ l