Odisha news

ନବୋଦୟ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

0

ପରଜଙ୍ଗ — ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକ ନିକଟସ୍ଥ ନବୋଦୟ ବିଦ୍ୟାଳୟରେ ଶନିବାର ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ / ଶିକ୍ଷୟତ୍ରୀ ଓ କର୍ମଚାରୀ ମିଶି ବିଦ୍ୟାଳୟରୁ ବାହାରି ଜଟିଆ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ହାତରେ ତ୍ରିରଙ୍ଗା ପତାକା ଏବଂ ବିଭିନ୍ନ ସ୍ଳୋଗାନ ଦେଇ ଶାନ୍ତି ପୂର୍ଣ୍ଣ ପଦଯାତ୍ରା କରିଥିଲେ ।ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ ସାହୁ ପ୍ରେମାନନ୍ଦ ସାହୁ,ଦିବ୍ୟସିଂହ ସାହୁ , ଚନ୍ଦ୍ର ଶେଖର ଦେହୁରୀ,ଲିପୁ ସାହୁଙ୍କ ସମେତ ଗ୍ରାମର କିଛି ସଦସ୍ୟଙ୍କ ସହଯୋଗରେ ଗ୍ରାମର ପ୍ରତ୍ୟେକ ସାହି ପରିକ୍ରମା କରି ବିଦ୍ୟାଳୟ ଅଭିମୁଖେ ଆସିଥିଲେ । ବିଦ୍ୟାଳୟରେ ଆଜାଦ କି ଅମୃତ ମହୋତ୍ସବ ସମ୍ପର୍କିତ ଆଲୋଚନାରେ ୭୫ତମ ପୂର୍ତ୍ତି ଉପଲକ୍ଷେ ହର ଘର ତ୍ରିରଙ୍ଗା ପତାକା ଉତ୍ତୋଳନ ଉପରେ ଆଲୋକପାତ କରାଯାଇଥିଲା । ବିଦ୍ୟାଳୟର ଡଃ,ପ୍ରଶାନ୍ତ କୁମାର ବିଶ୍ବାଳ , ରାଜେନ୍ଦ୍ର କୁମାର ବେହେରା,ଅଶୋକ କୁମାର ମହାନ୍ତି ,ରାଧାକାନ୍ତ ସାହୁ , ଶୁଭଲକ୍ଷ୍ମୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply