ପାରଳାଖେମୁଣ୍ଡି:୫/୮: ଗଜପତି ଜିଲ୍ଲା ମୋହନା ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ବିଜେଡ଼ି କର୍ମୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପଛୁଆ ବର୍ଗ ଉପଦେଷ୍ଟା ପ୍ରୁଥିବୀରାଜ ସାହୁ ଙ୍କ ସମେତ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର , ଜିଲ୍ଲା ପରିଷଦ ଚନ୍ଦ୍ର ମଲ୍ଲିକ
ସୁନିଲ ବିଷୋୟୀ ତଥା ଅଡ଼ବା ଯୋନ ର ସମସ୍ତ ସରପଞ୍ଚ ସମିତି ସଭ୍ୟ /ସଭ୍ୟା, ମୋହନା ଯୋନ୍ ର ସରପଞ୍ଚ ସମିତି ସଭ୍ୟ /ସଭ୍ୟା ,ଚନ୍ଦ୍ରଗିରି ଯୋନ୍ ର ସରପଞ୍ଚ ,ସମିତି ସଭ୍ୟ /ସଭ୍ୟା ତଥା ବିଜୁ ପରିବାରର ସମସ୍ତ ସଦସ୍ୟ, ମହିଳା ବ୍ଲକ ସଭାପତି ଝୁମୁରୀ ବୀର ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା ଯେ ଦଳରେ କିଭଳି ଭାବରେ ସମନ୍ବୟ ଓ ଶୃଙ୍ଖଳା ବଜାୟ ରହିବ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ ଯୋଜନା ସବୁ ଗ୍ରାମାଞ୍ଚଳର ଜନ ସାଧାରଣଙ୍କ ପାଖରେ କିଭଳି ଭାବରେ ପହଞ୍ଚି ପାରିବ ତା ଉପରେ ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ଜନ ପ୍ରତିନିଧି ଙ୍କ ସହ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ତ୍ରୁଣ ମୁଳ ସ୍ତରରେ ଦଳକୁ କିଭଳି ଭାବେ ସୁଦୃଢ଼ ଓ ବିଜୟୀ କରିହେବ ସେହି ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା
