ନିରାକାରପୁର,୫/୮: ଖୋର୍ଦ୍ଧା ଜିଲ୍ଲା ହଜ ନିଧିପୁର ଜାଗେଶ୍ବରୀ ବିଦ୍ୟାପୀଠ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ସାମନ୍ତରାୟ ଗତକାଲି ରାତିରେ ଏକ ଦୁର୍ଘଟଣା ରେ ମୃତ୍ୟୁବରଣ କରିଛନ୍ତି। ସେ ବିଦ୍ୟାଳୟରୁ ଫେରୁ ଥିବାବେଳେ ନରସିଂହପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଜଣେ ଛାତ୍ର ବତ୍ସଳ, ମେଳାପି ଶିକ୍ଷକ ଥିବାରୁ ତାଙ୍କ ମୃତ୍ୟୁରେ ନିଧିପୁର୍ ରେ ଶୋକ ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ରେ ସ୍କୁଲ କମିଟି ର ସଦସ୍ୟ ପ୍ରଫୁଲ୍ଲ ଦାସ, ପୃର୍ବତନ ଖେଳ ଶିକ୍ଷକ କପିଳ ସାମନ୍ତରାୟ ,ପୂର୍ବତନ ପ୍ରଧାନ ଶିକ୍ଷକ ବିନୟକୁମାର ମହାପାତ୍ର ଓ ସ୍କୁଲ ସଭପତି ଅନ୍ୟନ୍ ମାନେ ଶୋକ ପ୍ରକାଶ କରିଛନ୍ତି।
