ପାରଳାଖେମୁଣ୍ଡି ବଡ ବ୍ରାହ୍ମଣ ସାହି ନିବାସୀ ସୁଶ୍ରୀ ପଦ୍ମିନୀ କୁମାରୀ ବିଶ୍ବାସରାୟ ଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୁ ଶିକ୍ଷାର୍ଥୀ ମାନଙ୍କର ଗବେଷଣା ପାଇଁ ତାଙ୍କର ନିକଟତମ ସଂପର୍କୀୟ ମାନେ ଦାନ କରିଛନ୍ତି ।ତାଙ୍କର ପୁତୁରା ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ପୂର୍ବତନ ସଭାପତି ସୁଧାଂଶୁ ଶେଖର ଖଡ୍ଗରାୟ ନିଜର ମାଉସୀଙ୍କର ଇଛା ପୂରଣ କରିବା ପାଇଁ ଏଇ ଦାତବ୍ଯ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କାଞ୍ଚନ ମାଳା ଖଡ୍ଗରାୟ ଏବଂ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ପୂର୍ବତନ ସଭାପତି , ରୋଟାରୀ ଜିଲ୍ଲା 3262 ର ଅଙ୍ଗ ଦାନର କୋ ଚେୟାରମ୍ୟାନ୍ତ ତଥା ସମାଜସେବୀ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ରହି ଅଙ୍ଗ ଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।