Odisha news

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟ ଠାରେ କୃଷି ଡ୍ରୋନ ଏବଂ ହାଇବ୍ରିଡ୍ ବିହନ ଅବଗାହନ ଚାଷୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ

0

ପାରଳାଖେମୁଣ୍ଡି:୧୯/ : (ଗରୁଡ ଧ୍ଵଜଚୌଧୁରୀ)  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଉପକଣ୍ଠ ଆର ସୀତାପୁର ଠାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ହଲ ଠାରେ କୃଷି ଡ୍ରନ ଏବଂ ହାଇବ୍ରିଡ଼ ବିହନ ଅବଗାହନ ସଭା ଚାଷିମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ ଚାଷି, ବିହନ ଓ ସାର ବିକ୍ରୟ ଦୋକାନୀ, ସମବାୟ ଡିଲର,କୃଷି ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ କମ୍ପାନୀ ତାଙ୍କର ସୁପେରୀଓ ହାଇବ୍ରିଡ୍ ଧାନ (ରୋଇଜ୍ ୧୦୦), ମକା (ଆମେଜ୍ ୧୦୦) ଏଵଂ ଭେଣ୍ଡି (ୱଣ୍ଡର ୧୦୦) ଇତ୍ୟାଦି ବିହନକୁ ଚାଷି ଙ୍କୁ ପରିଚୟ କରାଇବା ସହ ଡ୍ରନ ମାଧ୍ୟମରେ କିପରି ଜମିରେ କମ ସମୟରେ ସିଞ୍ଚନ କରାଯାଇ ପାରିବ ତାହା ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରତୀକ ପଣ୍ଡା DDM-ନାବାର୍ଡ, ଡକ୍ଟର ପ୍ରିୟମ୍ବଦା OLM ଗଜପତି,ଆର ଏମ୍ ସି ସଭାପତି ଏସ. ଗଜପତି ରାଓ, ପିତାମ୍ବର ନାୟକ ରାୟଗଡ଼ ବ୍ଲକ୍ ଏଵଂ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼.ଅନିତା ପାତ୍ର, ଭେଙ୍କଟ ଶିବାନନ୍ଦ ଏମଡି, ଜି ଟି ଆଇ ଡି ଏସ ପ୍ରଫେସର ଜେ. ଅନୀଲ କୁମାର, ଆସୋଶିଏଟ ଡିନ୍ ପ୍ରଫେସର ଚନ୍ଦ୍ର ଶେଖର ରାଓ,ପ୍ରଫେସର. ସୁବାରାଓ, ପ୍ରଫେସର ୱାଇ. ଭି. ପ୍ରତାପ ପ୍ରମୁଖ ରାୟଗଡ଼ ଯୋଗ ଦେଇ ହାଇବ୍ରିଡ୍ ବିହନର ଉପଯୋଗ ଏଵଂ ବ୍ୟବସାୟକୁ ଯନ୍ତ୍ରିକରଣ କରିବା ଦ୍ୱାରା ଚାଷୀମାନେ ଲାଭାନ୍ଵିତ ହୋଇପାରିବେ ଏବଂ ଦେଶ ମଧ୍ୟ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ସାଧନ କରିପାରିବ ବୋଲି ମତବ୍ୟକ୍ତ ରଖିଥିଲେ।ଏହି କାର୍ଯ୍ୟକ୍ରମରେଏସ.ଲିଙ୍ଗରାଜ, ବ୍ଳକ ଚିୟାରମେନ ବୀରରାଜୁ,କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ନିର ଭୂୟାଁ, ସମିତି ସଭ୍ୟ ସଭ୍ୟା, ସରପଞ୍ଚଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply