Odisha news

ସମୁଦ୍ର ମଝିରେ ଫୁଟିଲା ଗୁଳି , ଉପଭୋଗ କଲେ ଜନତା

0
ପାରାଦୀପ୍ – ସମୁଦ୍ର ମଧ୍ୟରେ ଗୁଳି ଗୋଳା ର ସବ୍ଦ  | ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି  | ଶତୃ ପକ୍ଷ କୁ ଘେରିଗଲେ ହେଲିକପ୍ଟର ଆଉ ଯୁଧ୍ୟ ଜାହାଜ | ଦିର୍ଘ ସମୟ ଧରି ଚାଲିଲା ଲଢେଇ  | ଶେଷରେ କାବୁ ହେଲା ଶତୃ ପକ୍ଷର ଜାହାଜ୍ | ଏଭଳି ଘମାଘୋଟ ଲଢେଇ ଆଜି ଦେଖିବାକୁ ମିଳିଥିଲା ପାରାଦୀପ୍ ର ଦୂର ସମୁଦ୍ର ମଧ୍ୟରେ  | କାରଣ ଆଜି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷ୍ୟରୁ କରାଯାଉଥିଲା ସମୁଦ୍ର ଭିତରେ ଗୋଟିଏ ଦିନ ର କାର୍ଯ୍ୟକ୍ରମ  | ଯେଉଁଥିରେ ସାମିଲ ହୋଇଥିଲେ ସାଧାରଣ ଜନତା   |
ସମୟ ଭୋର୍ ସକାଳ  | ପାରାଦୀପ୍ ବନ୍ଦର 4 ନମ୍ବର ଗେଟ ଦେଇ ସାଧାରଣ ଜନତା ପ୍ରବେଶ କରିଥିଲେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟକୁ | ଆଉ ସେଠି ଅପେକ୍ଷା ରେ ଥିଲେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ, ବିଜୟା , ଭଦ୍ରା ଓ ଅମୋଘ  | ତା ସହିତ ପ୍ରସ୍ତୁତ ଥିଲେ ଆଉ ଦୁଇଟି ଚାର୍ଲିବୋଟ୍  | ଲୋକ ମାନେ ଜାହାଜ ଉପରେ ଚଢିସାରିବା ପରେ ପାଞ୍ଚଟି ଯାକ ଯୁଧ୍ୟ ଜାହାଜ୍ ଆରମ୍ଭ କରିଥିଲେ ଯାତ୍ରା ଦୂର ସମୁଦ୍ର ମଧ୍ୟକୁ  |
ଆଉ 30 ନଟିକାଲ ମାଇଲ ଯାତ୍ରା ଆରମ୍ଭ ହେବା ପରେ ଆରମ୍ଭ ହୋଇଥିଲା ଅସଲ ଖେଳ |  ସମୟ ମଧ୍ୟାହ୍ନ  | ଦୂର ସମୁଦ୍ର ର ଅଥଳ ଜଳରାଶି ମଧ୍ୟରେ ବୁକୁ ଚିରି 5 ଟି ଜାହାଜ ଧୀରେ ଧୀରେ ଦେଖାଇଲେ ନିଜର ଯୁଧ୍ୟ କଳାକୌଶଳ  | କେତବେଳେ ଗୋଟିଏ ସମାନ୍ତରାଳ ରେ ଗତି କରୁଥାନ୍ତି ତ କେତେବେଳେ ଏକ ସରଳରେଖା ରେ | କିଏ ଆଗରେ ତ କିଏ ପଛରେ  | ଗୋଟିଏ ଜାହାଜ କୁ ଶତୃ ସଜାଇ ଘେରି ପଡୁଥିଲେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ତ ପାଣି ଭିତରେ ସ୍ପିଡ୍ ବୋଟ୍ ନେଇ  | ଚାରିଆଡୁ ସୈନିକ ମାନେ ଆଖି ପିଛୁଳାକେ ନୀଳ ଦରିଆ ର ନୀଳ ଢେଉ ରେ କରି ପକାଉଥିଲେ ଥରହର | ଜାହାଜ୍ ରୁ ସମୁଦ୍ର ମଧ୍ୟରେ ଟାର୍ଗେଟ କୁ ଲକ୍ଷ୍ୟ ରଖି କରାଯାଉଥିଲା ଗୁଳିମାଡ  | ବନ୍ଧୁକ  କେତେବେଳେ ଫୁଟୁଥିଲା ଗୁଳି ତ କେତେବେଳେ ଶତୃ ପକ୍ଷ କୁ ଲକ୍ଷ୍ୟ ରଖି କରାଯାଉଥିଲା ଲଞ୍ଛର୍ ମାଡ  | ଆସନ୍ତା ଫେବୃଆରୀ 1 ତଟରକ୍ଷୀ ବାହିନୀ ର 47 ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାଧାରଣ ଜନତା, ଛାତ୍ରଛାତ୍ରୀ ଓ ଯୁବ ସମାଜ ଙ୍କୁ ଅନୁପ୍ରାଣିତ କରିବା ପାଇଁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ  | ସମୁଦ୍ର ଭିତରେ ଦେଶ ର ସୁରକ୍ଷା ରେ ନିୟୋଜିତ ଥିବା ଆମ ତଟରକ୍ଷୀ ବାହିନୀ କେତେ ପରାକ୍ରମୀ ତାହାର ଏକ ଝଲକ୍ କୁ ଆଜି ସମସ୍ତେ କରିଥିଲେ ଅନୁଭବ  | ବାସ୍ତବିକ୍ ସମୁଦ୍ର ମଧ୍ୟରେ ଦିନଟିଏ କାର୍ଯ୍ୟକ୍ରମ ଅନେକ୍ ପ୍ରେରଣାଦାୟି ହୋଇଥିବା ବେଳେ ଏହା ଛାତ୍ରଛାତ୍ରୀ ଓ ଯୁବ ସମାଜ କୁ ବେଶ୍ ଅନୁପ୍ରାଣିତ କରିପାରିବ |
Leave A Reply