ପାରାଦୀପ୍ – ବନ୍ଦର ନଗରୀ ପାରାଦୀପ ରେ ଲଜ୍ଜା | ଆସିଲେ ଅଟକାଇଲେ , କାର ରେ ଉଠାଇ ନେଇ ଚାଲିଗଲେ ନେହେରୁବଙ୍ଗଳା | ଆଉ ସେଠି ଗଣ ଦୁଷ୍କର୍ମ କରି ପୁଣି ଛାଡି ଦେଇ ଗଲେ | ତାହା ପୁଣି ଜଣେ ଆଶା ଦିଦି ଙ୍କୁ | ଗତକାଲି ରାତ୍ରି ରେ ଏଭଳି ଲଜ୍ଜାକର ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପ ରେ | ନୂଆବଜାର ରୁ କାମ ସାରି ନିଜ ଘର ସଣ୍ଡକୁଦ କୁ ସାଇକେଲ ଯୋଗେ ଫେରୁଥିବା ବେଳେ 4 ଦୁର୍ବୁତ୍ତ କରିଛନ୍ତି ଏଭଳି ନାରକୀୟ କାଣ୍ଡ | ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି | ଜୈନିକ ଆଶା ଦିଦି ନୂଆବଜାର ଆସୁଥିବା ବେଳେ ଏମ୍ପୋରିୟସ ହୋଟେଲ ପାଖରୁ ଚାରି ଜଣ ଦୁର୍ବୁତ୍ତ ଏକ ନାଲି ରଙ୍ଗ ର କାର୍ ରେ ଟେକି ନେଇ ନେହେରୁବଙ୍ଗଳା ଚାଲି ଯାଇଥିବା ବେଳେ ସେଠାରେ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ଜଣଙ୍କୁ ଅଟକ ରଖିଥିବା ବେଳେ ପୀଡିତା ର ଡାକ୍ତରୀମାଇନା ମଧ୍ଯ କରାଯାଇଛି | ଘଟଣା ର ଅଧିକ ତଦନ୍ତ କରିବା ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ର ମଧ୍ଯ ସହାୟତା ନିଆଯାଇଛି | ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି | ତେବେ ପ୍ରଶ୍ନ ଉଠୁଛି ବନ୍ଦର ନଗରୀ ପାରାଦୀପ ରେ ମହିଳା କେତେ ସୁରକ୍ଷିତ | ମହିଳା ଙ୍କୁ ଜୋର୍ କରି କାର୍ ରେ ଟେକିନେଇ ଯେତେବେଳେ ଗଣଦୁଷ୍କର୍ମ କରାଯାଉଚି , ସେଠି ମହିଳା ମାନେ ବାଟ ଚାଲିବେ କିପରି | ସେହି ରାସ୍ତା ଦେଇ ପ୍ରତିଦିନ କଲେଜ ଓ ସ୍କୁଲ ର ପିଲା ଯାଉଥିବା ବେଳେ ହଜାର ହଜାର ମହିଳା ସଣ୍ଡକୁଦ ଅଞ୍ଚଳରୁ ମାର୍କେଟ୍ ଓ ବିଭିନ୍ନ କମ୍ପାନୀ କୁ କାମ କରିବାକୁ ଯିବାଆସିବା କରିଥାନ୍ତି | ଏଭଳି ପରିସ୍ଥିତିରେ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରିବା ସ୍ୱାଭାବିକ |
