ବାରଙ୍ଗ : ଶନିବାର ସକାଳେ ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁପଡିଲେ ଯୁବକ ।ଯୁବକ ଜଣଙ୍କ ହେଉଛନ୍ତି ଶୌଳଶ୍ରୀବିହାର ଅଂଚଳର ବିଶ୍ୱଦେବ ଦାସ (୪୪) । ବିଶ୍ୱଦେବ ଓଡି୩୩ଆର-୯୨୭୦ନଂ ସ୍କୁଟି ଯୋଗେଆସି ମୁଣ୍ଡଳିବ୍ୟାରେଜ ଉପରେ ଗାଡିଟିକୁ ରଖିଦେଇଥିଲେ ।ସ୍କୁଟି ଉପରେ ତାଙ୍କର ମନିପର୍ସ ଓ ମୋବାଇଲକୁ ରଖିଦେଇ ମହାନଦୀକୁ ଡେଇଁ ପଡିଥିଲେ ।ଏହାଦେଖି ସ୍ଥାନିୟ ଲୋକମାନେ ବାରଙ୍ଗଥାନା ଓ ଆଠଗଡଥାନାକୁ ଖବର ଦେଇଥିଲେ ।ଖବରପାଇ ଉଭୟଥାନା ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଅଗ୍ନିଶମବାହୀନିକୁ ଖବର ଦେଇଥିଲେ । ବାରଙ୍ଗ ଓ ଆଠଗଡରୁ ଦୁଇଟି ଦମକଳ ଆସି ମହାନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଯୁବକର ପତା ପାଇପାରିନାହାନ୍ତି । ଆଠଗଡ ପୋଲିସ ସ୍କୁଟି ସହ ମୋବାଇଲ ଓ ମନପର୍ସକୁ ଜବତ କରିଥିବାବେଳେ ମନିପର୍ସରେ ଥିବା ଆଧାରକାର୍ଡରୁ ନିଖୋଜ ଯବକର ପରିଚୟ ପୋଲିସ ପାଇବା ସହ ତାପରିବାରକୁ ସୁଚନା ଦେଇଥିଲା ।
