Odisha news

ବିଶ୍ୱରେ ଏକ ନମ୍ବର ଲୋକପ୍ରିୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ବିଜେପିର ଅଭିନନ୍ଦନ

ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୈାରବର ମୁହୂର୍ତ : ସମୀର ମହାନ୍ତି

0

 ରାଜ୍ୟ ପଦାଧିକାରୀ ବୈଠକରେ ଅଭିନନ୍ଦନ ପ୍ରସ୍ତାବ ପାରିତ
 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସଫଳତାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯିବ
ଭୁବନେଶ୍ୱର, ତା.୨୭/୦୮ : ‘ଅନ୍ତଦ୍ୟୋୟ’କୁ ମୂଳମନ୍ତ୍ର କରି ଏବଂ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଆଧାରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗତ ୮ ବର୍ଷ ଶାସନ କାଳରେ ବହୁ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ଗରିବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ଅଳ୍ପସଂଖ୍ୟକ, କୃଷକ, ଶ୍ରମିକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତ୍ଥାନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଚାଲିଛନ୍ତି ମୋଦିଜୀ । ଆତ୍ମନିର୍ଭର ଭାରତ, ସଂକଳ୍ପରୁ ସିଦ୍ଧି ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା ଆରମ୍ଭ ହୋଇସାରିଛି । କେବଳ ଭାରତବର୍ଷ ପାଇଁ ନୁହେଁ, ବରଂ ‘ବସୁଧୈବ କୁଟୁମ୍ବକମ୍’କୁ ବିଶ୍ୱାସ କରୁଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ବିଶ୍ୱକଲ୍ୟାଣ ପାଇଁ ମଧ୍ୟ ଚିନ୍ତିତ ଓ କାର୍ଯ୍ୟରତ । ଏହି କାରଣରୁ ରୁଷ, ୟୁଏଇ, ଭୁଟାନ, ବାହାରିନ, ଆଫଗାନିସ୍ଥାନ ମାଲଦୀପର ସର୍ବୋଚ୍ଚ ନାଗରିକ ସମ୍ମାନ, ସିଓଲ ଶାନ୍ତି ପୁରସ୍କାର, ବିଶ୍ୱ ଉର୍ଜା ଏବଂ ପର୍ଯ୍ୟାବରଣ ଲିଡରସିପ ସମ୍ମାନ, ଆମେରିକାର ପ୍ରତିଷ୍ଠିତ ଲିଜନ ଅଫ୍ ମେରିଟ ସମ୍ମାନ, ଗ୍ଲୋବାଲ ଗୋଲକିପର ସମ୍ମାନ (ବିଲ୍ ଏବଂ ମିରିଂଡା ଗେଟ୍ସ ଫାଉଂଡେସନ)ରେ ମଧ୍ୟ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି । ଭାରତବର୍ଷକୁ ବିଶ୍ୱରେ ସମ୍ମାନିତ କରିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସଦ୍ୟ ପ୍ରକାଶିତ ଏକ ଆନ୍ତର୍ଜାତିକ ସର୍ଭେରେ ସର୍ବୋଚ୍ଚ ୭୫ ରେଟିଙ୍ଗ ପାଇ ବିଶ୍ୱର ଶୀର୍ଷ ଲୋକପ୍ରିୟ ନେତା ଭାବେ ସମ୍ମାନିତ ହୋଇଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୈାରବର ମୁହୂର୍ତ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ରାଜ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ମୋଦିଜୀଙ୍କ ଏହି ସଫଳତା ପାଇଁ ସର୍ବସମ୍ମତିକ୍ରମେ ଅଭିନନ୍ଦନ ପ୍ରସ୍ତାବ ପାରିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହି ସଫଳତାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପଡୋଶୀ ରାଷ୍ଟ୍ରକୁ ପ୍ରାଥମିକତା ଏବଂ ସୁସଂପର୍କ ସ୍ଥାପନ, ଉରୀ ସର୍ଜିକାଲ ଷ୍ଟ୍ରାଇକ, ପୁଲୱାମା ଏୟାର ଷ୍ଟ୍ରାଇକ ଜରିଆରେ ଆତଙ୍କବାଦ ବିରୁଦ୍ଧ ଲଢେଇର ଦୃଢ ଜବାବ୍ ଦେଇଥିବା ମୋଦି ସରକାର ଅନ୍ତରାଷ୍ଟ୍ରୀୟ ସୈାର ସଂଗଠନର ଗଠନ, ପର୍ଯ୍ୟାବରଣ ବୁଝାମଣା, ଆତଙ୍କବାଦ ବିରୁଦ୍ଧରେ ଏକତା, ଗଣତନ୍ତ୍ର ଦିବସରେ ଆସିୟାନ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ, ୨୧ ଜୁନ୍ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ଆୟୁର୍ବେଦର ପ୍ରଚାର ଓ ପ୍ରସାର କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଶ୍ୱ ନେତୃତ୍ୱର ପରିଚୟ ଦେଇଛନ୍ତି । କୋଭିଡ୍ ମହାମାରୀ ବିରୁଦ୍ଧ ଲଢେଇର ନେତୃତ୍ୱ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶରେ ବର୍ତମାନ ସୁଦ୍ଧା ୨୨୧ କୋଟିରୁ ଉଦ୍ଧ୍ୱର୍ ଡୋଜ କୋଭିଡ ଟୀକାକରଣ ସହିତ ବିଶ୍ୱର ୧୦୦ରୁ ଉଦ୍ଧ୍ୱର୍ ରାଷ୍ଟ୍ରକୁ ଔଷଧ ଏବଂ ଟୀକା ଯୋଗାଇ ଦେବାରେ ସଫଳ ନେତୃତ୍ୱ ନେଇଛନ୍ତି । ଇଜ୍ ଅଫ୍ ଡୁଇଙ୍ଗ୍ କାରଣରୁ ସୁବିଧାରେ ବ୍ୟବସାୟ ଆରମ୍ଭ କ୍ଷେତ୍ରରେ ବିଶ୍ୱର ୫ଟି ଅଗ୍ରଣୀ ଦେଶରେ ଭାରତବର୍ଷ ରହିଛି । ଷ୍ଟାର୍ଟ ଅପ୍ ଏବଂ ୟୁନିକର୍ଣ୍ଣ ହବ୍ ଭାବେ ଭାରତ ଆଜି ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରତ୍ୟେକ ଗରିବଙ୍କୁ ବାସଗୃହ, ବିଜୁଳି, ଶୈାଚାଳୟ, ପାନୀୟ ଜଳ, ରୋସାଇ ଗ୍ୟାସ, ସ୍ୱାସ୍ଥ୍ୟ ସେବା ଯୋଗାଇବା ହେଉଛି ପ୍ରାଥମିକତା ଏବଂ ଏହାକୁ ଗୁରୁତ୍ୱ ଦେଇ ବିଭିନ୍ନ ଗରୀବକଲ୍ୟାଣ ଯୋଜନାକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ ଓ ଗ୍ରାମୀଣ), ସ୍ୱଚ୍ଛଭାରତ ଯୋଜନା, ହର୍ ଘର୍ ନଲ୍ ପେ ଜଲ୍ ଯୋଜନା, ପିଏମ ଉଜ୍ଜ୍ୱଳା ଯୋଜନା, ସୈାଭାଗ୍ୟ (ଉଜଳା) ଯୋଜନା, କିସାନ ସମ୍ମାନ ନିଧି ଯୋଜନା, ପିଏମ କୃଷି ସିଚାଇ ଯୋଜନା, ପିଏମ ଫସଲ ବୀମା ଯୋଜନା, ଅୟୁଷ୍ମାନ ଭାରତ ଯୋଜନା, ପିଏମ ମୁଦ୍ରା ଯୋଜନା, ପିଏମ୍ ଜନଧନ ଯୋଜନା ଭଳି ଅନେକ ଜନକଲ୍ୟାଣ ଯୋଜନାର ସଫଳତା କାରଣରୁ ଦେଶବାସୀଙ୍କ ଜୀବନମାନରେ ଉନ୍ନତି ହୋଇଛି । କରୋନା ସଂକଟ ସମୟରେ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଦେଶବାସୀଙ୍କୁ ୩.୪୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ମାଗଣା ରାସନ (ଚାଉଳ, ଗହମ, ଡାଲି) ପ୍ରଦାନ କରି ଶ୍ରୀ ମୋଦି ସଫଳ ନେତୃତ୍ୱର ପରିଚୟ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗତ ୮ ବର୍ଷରେ ଦେଶର ଗରିବୀ ୨୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି । କରୋନା ସଂକଟ ସତ୍ୱେ ଅତି ଗରିବ ହାର ୧ ପ୍ରତିଶତରୁ ତଳେ (୦.୮ ପ୍ରତିଶତ)ରହିଛି । ଦେଶର ପ୍ରତି ବ୍ୟକ୍ତି ଆୟ ୭୯ ହଜାରରୁ ୧.୫ ଲକ୍ଷକୁ ବୃଦ୍ଧି ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ୩୦୦ ଆରବ ଡଲାରରୁ ୬୦୦ ଆରବ ଡଲାରକୁ ବୃଦ୍ଧି ପାଇଛି । ୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ ମାତ୍ର ୬.୩୭ ଲକ୍ଷ ପ୍ରାଇମେରୀ ବିଦ୍ୟାଳୟ ଥିବାବେଳେ ଗତ ୮ ବର୍ଷରେ ଆହୁରି ୬.୫୩ ପ୍ରାଇମେରୀ ବିଦ୍ୟାଳୟ ସ୍ଥାପନ ହୋଇଛି । ପାଠ ଛାଡି ଦେଉଥିବା ପିଲାଙ୍କ ସଂଖ୍ୟ କ୍ରାଗତ ଭାବେ ହ୍ରାସ ପାଉଛି । ନୂତନ ଶିକ୍ଷାନୀତି-୨୦୨୦ ଜରିଆରେ ଶିକ୍ଷାବ୍ୟବସ୍ଥା ବିରାଟ ସଂସ୍କାର ଆସିଛି । ୨୦୧୪ ରେ ଦେଶର ସାକ୍ଷରତା ହାର ୬୯ ପ୍ରତିିଶତ ଥିଲା ଏବଂ ବର୍ତମାନ ଏହି ହାର ୭୫ ପ୍ରତିଶତକୁ ପହଂଚିଛି । ଗତ ୮ ବର୍ଷରେ ୧୭୦ଟି ନୂତନ ମେଡିକାଲ କଲେଜ ଏବଂ ୧୫ଟି ନୁତନ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ୮୨୨୭ଟି ଜନ ଔଷଧି କେନ୍ଦ୍ରରେ ଶସ୍ଥାରେ ଔଷଧ । ଗତ ୮ ବର୍ଷରେ ପାଖାପାଖି ୩.୨୫ ଲକ୍ଷ କିଲୋମିଟରର ନୂତନ ରାଜପଥ ନିର୍ମାଣର ସ୍ୱୀକୃତି ମିଳିିଛି । ସୈାର ଏବଂ ପବନଚାଳିତ ଶକ୍ତିରେ ଭାରତର କ୍ଷମତା ୨ ଗୁଣ ବୃଦ୍ଧି ପାଇଛି । ଦେଶର ବାର୍ଷିକ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷମତା ୩୧୬.୦୬ ମିଲିୟନ ଟନକୁ ବୃଦ୍ଧି ପାଇଛି । କରୋନା ମହାମାରୀ କାରଣରୁ ବିଶ୍ୱ ବଜାର ପ୍ରଭାବିତ ହେବା ସତ୍ୱେ ଗତ ଆର୍ଥିକ ବର୍ଷରେ ୪୧୮ ଆରବ ଡଲାରର ରେକର୍ଡ ପରିମାଣ ରପ୍ତାନୀ ହୋଇଛି । ୨୦୧୩-୧୪ରେ ଭାରତର ଜିଡିପି ୧୧୨.୩୩ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଭାରତ ବର୍ଷର ଜିଡିପି ୨୩୨.୧୪ ଲକ୍ଷ କୋଟି ଟଙ୍କାକୁ ପହଂଚିଲାଣି । ମୋଦି ଶାସନରେ ଦେଶକୁ ୫୦୦.୫ ଆରବ ଡଲାରର ବିଦେଶୀ ପୁଂଜି ନିବେଶ ହେବା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସଫଳତାର ପରିଚୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଜିର ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ପିଏସି ଅଧ୍ୟକ୍ଷ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ଶଂକର ଓରାମ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।

Nalco
Leave A Reply