Odisha news

ଅଣ ବ୍ୟବସାୟୀ ମାନଙ୍କ ଅଯଥା ହସ୍ତକ୍ଷେପକୁ ବଣିକ ସଂଘରେ ବିରୋଧ

0
ପାରାଦୀପ :  ଗତ କିଛି ଦିନ ଧରି ଜଣେ ଅଣ ବ୍ୟବସାୟୀ ରାଜନୈତିକ ଉଦ୍ଦେଶ୍ୟ ରଖି ବଣିକ ସଂଘର ସଭାପତିଙ୍କ ନାମରେ ମିଥ୍ୟା ଅଭିଯୋଗ ଓ ମିଥ୍ୟା ଅରୋପ କରି ସର୍ବସାଧାରଣରେ ସଭା କରି  ନିନ୍ଦା କରିବାକୁ ବଣିକ ସଙ୍ଘ ପକ୍ଷରୁ ଆଜି ଦୃଢ଼ ବିରୋଧ କରାଯାଇଛି।  ଏପରିକି ସେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ସାଂସଦଙ୍କ ସମର୍ଥକ ଭାବେ ପ୍ରକାଶ କରି ବଣିକ ସଙ୍ଘ କାର୍ଯ୍ୟକଳାପର ଅଯଥା ବେଆଇନ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି | ତାଙ୍କର ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ସଙ୍ଘ ପକ୍ଷରୁ କୁହାଯାଇଛି। ମନ୍ତ୍ରୀ ଓ ସାଂସଦ ବ୍ୟବସାୟୀ ମାନଙ୍କ ସୁରକ୍ଷା ଓ ବିକାଶ ଚାହାନ୍ତି ନା  ସଂଘର କର୍ମକର୍ତ୍ତା ବଦଳାଇ ସଙ୍ଘ ଦଖଲ କରିବା ପାଇଁ ଚାହୁଁଛନ୍ତି କି ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ଖୁବଶୀଘ୍ର ବଣିକ ସଂଘର ୧୨ ଜଣିଆ ପ୍ରତିନିଧି ଦଳ ମନ୍ତ୍ରୀ ଓ ସାଂସଦଙ୍କ ନିକଟରେ ପହଞ୍ଚି ବ୍ୟବସାୟୀ ମାନଙ୍କ ସ୍ୱାର୍ଥ ହାସଲ ନିମନ୍ତେ ଅନୁରୋଧ କରିବେ। ବନ୍ଦର କତ୍ତୃପକ୍ଷ ଯେଉଁ ଦୋକାନ ଘର ଭଡା ବୃଦ୍ଧି କରିଛନ୍ତି ତାହାକୁ ପ୍ରତ୍ୟାହାର କରିବା ଓ ବ୍ୟବସାୟୀ ମାନଙ୍କ ସ୍ଥାୟୀ ରହଣି ପାଇଁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିବେ ବୋଲି ଜଣାଯାଇଛି।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ବଣିକ ସଙ୍ଘ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଦେବବ୍ରତ ସାହୁ  ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ ଯେ ଦୀର୍ଘ ୧୬ ବର୍ଷ ଧରି ସଭାପତି ଭାବେ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରୁଛନ୍ତି।ତାଙ୍କ ବିରୋଧରେ  ମିଥ୍ୟା ଅଭିଯୋଗକୁ ଖଣ୍ଡନ କରି ତାଙ୍କ ସମୟରେ ସଂଘର ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି,ସେ ସମ୍ପର୍କରେ ସୂଚନା ଦେଇଥିଲେ, ଯଥା ବ୍ୟବସାୟୀ ମାନଙ୍କୁ ସୁରକ୍ଷା, ବନ୍ଦର ପକ୍ଷରୁ ଦୋକାନ ଘର ଭଡା ବୃଦ୍ଧିକୁ ବିରୋଧ କରି ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏବଂ ଭଡା ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି।
 ମା ଦୁର୍ଗାଙ୍କ ମନ୍ଦିର ନିର୍ମାଣ ଓ ମାଆ ଙ୍କର ନୀତିକାନ୍ତି, ପ୍ରସାଦ ସେବନ ବ୍ୟବସ୍ଥା, ଅତିଥି ଗୃହ ନିର୍ମାଣ, ଶାନ୍ତି ଶୃଙ୍ଖଳା ସହିତ ସଙ୍ଘ ପରିଚାଳନା କରିଛନ୍ତି ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦେବବ୍ରତ ସାହୁ  ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ,ବିଭୁତି ଭୂଷଣ ମହାନ୍ତି, ଚୈତନ୍ୟ ସାହୁ, ପ୍ରମୋଦ କୁମାର ମହାପାତ୍ର, ଚନ୍ଦ୍ର ଶେଖର ମହାପାତ୍ର, ଲକ୍ଷ୍ମଣ ନାୟକ, ଅୟସ କାନ୍ତ ସାମଲ, ରାଜେନ୍ଦ୍ର ପ୍ରସାଦ ବଳଙ୍କ ସମେତ ଶତାଧିକ ବ୍ୟବସାୟୀ ଉପସ୍ଥିତ ଥିଲେ। ସଂଘ ସମ୍ପର୍କରେ ଯଦି କାହାର କିଛି ଅଭିଯୋଗ ଥାଏ ତେବେ ସେମାନେ ଆସି ତାଙ୍କର ଅଭାବ ଅସୁବିଧା ଜଣାଇ ପାରିବେ ବୋଲି ସମ୍ପାଦକସୂଚନା ଦେଇଛନ୍ତି।
Leave A Reply