Odisha news

ସମୁଦ୍ରରେ ଭାସିଗଲେ ସାତ ମସ୍ଥ୍ୟଜୀବି 

0
ପାରାଦୀପ :  ପାରାଦୀପ ନେହେରୁବଙ୍ଗଳା ମୁହାଣ ମୁହଁ ରେ ଅଘଟଣ | 7 ଜଣ ମସ୍ଥ୍ୟଜୀବି ଭାସିଗଲେ | ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର – 3 ବୋଟ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନ ରେ ହଠାତ ତ୍ରୁଟି ଦେଖା ଯାଇଥିଲା | ପାଖରେ ଥିବା ବୋଟ ଗୋପାଳ ଜୀଉ ବୋଟ ତାକୁ ଏକ ଦଉଡି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିବା ବେଳେ ମୁହାଣ ମୁହଁ ରେ ହଠାତ ଦଉଡି ଟି ଛିଡି ଯିବାରୁ ବୋଟ ଟି ଦୂର ସମୁଦ୍ର ଭିତରକୁ ଭାସି ଯାଇଥିବା କୁହାଯାଉଚି | ବୋଟ ରେ 7 ଜଣ ମସ୍ଥ୍ୟଜୀବି ଥିବା ବେଳେ ଅନ୍ଧାର ହେଇ ଯାଇଥିବାରୁ ସେମାନଙ୍କର ଖୋଜ ଖବର ମିଳିନାହିଁ | ଉଦ୍ଧାର କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଛି | ମେରାଇନ ବୋଟ କିଛି ବାଟ ଯିବା ସହ ଅନ୍ଧାର ଭିତରେ ଖୋଜି ନପାରି ଫେରି ଆସିଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀ ଖବର ଲେଖା ହେବା ବେଳକୁ ପହଂଚି ନଥିବା ଜଣାପଡିଛି | ବାରମ୍ବାର ମୁହାଣ ମୁହଁ ରେ ଅଘଟଣ ଘଟି ଅନେକ ଜୀବନ ଯାଉଥିବା ବେଳେ ଡ୍ରେଜିଙ୍ଗ ଠିକ ଭାବେ ହେଉନଥିବା ଯୋଗୁ ଏଭଳି ଘଟଣା ଘଟୁଥିବା କୁହାଯାଉଛି |
Leave A Reply