Odisha news

ନାଉଗାଁ , ତରିକୁନ୍ଦ , ଆମ୍ବଶାଳ ଓ ପାରାଦୀପରେ ଭିକେ ପାଣ୍ଡିଆନଙ୍କ ପ୍ରଚାର

0
ପାରାଦୀପ :  ଜଗତସିଂହପୁର ଜିଲ୍ଲା ରେ ଭି କେ ପାଣ୍ଡିଆନ ଆଜି ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି | ପ୍ରଥମେ ବାଲିକୁଦା-ଏରସମା ନିର୍ବଚନମଣ୍ଡଳୀ ଆମ୍ଭଶାଳ ପଡିଆରେ ବିଧାୟକ ପ୍ରାର୍ଥୀ ଶାରଦା ପ୍ରସନ୍ନ ଜେନା ଙ୍କ ପାଇଁ ପ୍ରଚାର କରିଥିବା ବେଳେ ପାରାଦୀପ ରେ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ , ତରିକୁନ୍ଦ ରେ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଶେଷରେ ନାଉଗାଁ ରେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଙ୍କ ପାଇଁ ପ୍ରଚାର କରିଥିଲେ | ପ୍ରତି ସଭାରେ ତାଙ୍କ ସହ ସାଂସଦ ପ୍ରାର୍ଥୀନୀ ଡଃ ରାଜଶ୍ରୀ ମଲ୍ଲିକ ଯାଇଥିବା ବେଳେ ସେ ରାଜଶ୍ରୀ ଙ୍କୁ ଭୋଟ ଦେବା ପାଇଁ କହିଥିଲେ | ଆମ୍ଭଶାଳ ବୈଠକରେ ଶାରଦା ଙ୍କ ପାଇଁ ପ୍ରଶାନ୍ତ ମୁଦୁଲି ଓ ରଘୁନନ୍ଦନ ଦାସ ମଧ୍ଯ ଭରା ସଭାରେ ଶାରଦା ଏବଂ ରାଜଶ୍ରୀ ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ | ପାରାଦୀପ ରେ ଭିକେ ପାଣ୍ଡିଆନ ମୋନିଦୀପା ସର୍ଖଲେ ଙ୍କୁ ଗୀତାଞ୍ଜଳି ଙ୍କୁ ବିଜୟ କରିବା ପାଇଁ ଦାୟିତ୍ଵ ଅର୍ପଣ କରିଥିବା ବେଳେ ନାଉଗାଁ ସଭାରେ ପ୍ରଶାନ୍ତ ମୁଦୁଲି କିଭଳି ଅଧିକ ବ୍ୟବଧାନ ରେ ବିଜୟ ଲାଭ କରିବେ ତାହାର ସମ୍ପୂର୍ଣ୍ଣ ଦାୟିତ୍ଵ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଚିରଞ୍ଜିବ ବିଶ୍ଵାଳ ଙ୍କୁ ଦାୟିତ୍ଵ ନ୍ୟସ୍ତ କରିଥିଲେ | କେବଳ ନେତା ଏକାଠି ହେଲେ ହେବନି କର୍ମୀ ଏକାଠି ହେବା ଦରକାର ବୋଲି ପାଣ୍ଡିଆନ ସବୁ ମଞ୍ଚରେ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ | ବିରୋଧୀ ଅନେକ ଯୋଜନା କରିବେ କିନ୍ତୁ ତାଙ୍କ କଥାରେ ନପଡ଼ି ଯୋଡି ଶଂଖରେ ଭୋଟ ଦେବାକୁ ପାଣ୍ଡିଆନ ଉପସ୍ଥିତ କର୍ମୀ ଙ୍କୁ ଆହ୍ଵାନ ଦେଇଥିଲେ | ଚାରିଟି ସଭାରେ ହଜାର ହଜାର ସଂଖ୍ୟାରେ ଲୋକ ଙ୍କୁ ଦେଖି ସେ ଖୁସି ବ୍ୟକ୍ତ କରିଥିବା ବେଳେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବିରୋଧରେ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ଅଶାଳୀନ ଶବ୍ଦ ବ୍ୟବହାର କରୁଛନ୍ତି ତାଙ୍କୁ ଏ ଅଧିକାର କିଏ ଦେଲା ବୋଲି ସେ ମଞ୍ଚରୁ ସିଧା ବିରୋଧୀ ଙ୍କୁ ନିଶାନା କରିଥିଲେ | ନାଉଗାଁ , ଆମ୍ଭଶାଳ , ପାରାଦୀପ  ଓ ତରିକୁନ୍ଦ ବୈଠକରେ ପ୍ରବଳ ଲୋକ ଦେଖି ଏଠାରେ ବିଜେଡି ବିଜୟ ନିଶ୍ଚିତ ବୋଲି ଲୋକେ ଆଲୋଚନା କଲେଣି |
Leave A Reply