Odisha news

ଇଫକୋ ପାରାଦୀପ ୟୁନିଟ ପକ୍ଷରୁ ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ 

0
ପାରାଦୀପ : ଇଫକୋ ପାରାଦୀପ ୟୁନିଟ  ପକ୍ଷରୁ ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ସଫଳତା ର ସହ ପାଳିତ ହୋଇଯାଇଛି l ଚଳିତ ମାର୍ଚ୍ଚ ମାସ ୪ ରୁ ୧0 ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଏବଂ ନିରାପତ୍ତା ଉପକରଣର ପ୍ରଦର୍ଶନ, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଇତ୍ୟାଦି ପ୍ରଦର୍ଶନ କରାଯାଇ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ଠିକା ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା l ଏଥିସହ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ସୁରକ୍ଷା ଆଲୋଚନା କରିଥିଲେ। ଇଫକୋ ର କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ଶିଶୁ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ସୁରକ୍ଷା ପ୍ରତିଯୋଗିତା ଯଥା ସୁରକ୍ଷା ସ୍ଲୋଗାନ୍, ସୁରକ୍ଷା କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ମାର୍ଚ୍ଚ ୧୧ ସୋମବାର ଦିନ ଜାତୀୟ ସୁରକ୍ଷା ସପ୍ତାହର ର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ପାରାଦୀପ ଆଞ୍ଚଳିକ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ବେହେରା ଯୋଗଦେଇ ସୁରକ୍ଷା ସଚେତନତା ସମ୍ବନ୍ଧରେ ଆଲୋକପାତ କରିଥିଲେ l ସେହିପରି ଇଫକୋ ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ ଉପସ୍ଥିତ ରହି ସୁରକ୍ଷା ଉପରେ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏନପିଏଫ ବରିଷ୍ଠ ସାଧାରଣ ପରିଚାଳକ ପି.ଏସ. ନୀଳାମ୍ବରନ, ଆଇଟିସର୍ଭିସ ଜିଏମ ଏନ.ଆର. ନାୟକ, ଜେଟି ଜିଏମ ଆର.କେ.ସ୍ୱାଇଁ, ଫାୟାର ଆଣ୍ଡ ସେଫଟି ସହ ପରିଚାଳକ ଏମ.ଆର.ନାୟକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l
Leave A Reply