Odisha news

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ୨୦କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ।

0
ସାଲେପୁର : ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୨୦ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଓ ଏକ ବୋଲେରୋ ଗାଡି ଜବତ କରାଯାଇଛି। ଖବର ରୁ ପ୍ରକାଶ ଆଜି ସକାଳ ପ୍ରାୟ ୬ଘଟିକା ସମୟରେ ଅବକାରୀ ବିଭାଗ ପକ୍ଷରୁ ଏମ ଟିମ କଟକ ସାଲେପୁର ରାସ୍ତାର ନାନ୍ଦୋଳ ଗଡ଼ା ନିକଟରେ ଗାଡି ଚେକିଂ କରାଯାଉଥିଲା। ଏହି ସମୟରେ କଟକ ଆଡୁ କେନ୍ଦ୍ରାପଡା ଅଭିମୁଖେ ଆସୁଥିବା ଏକ ବୋଲେରୋ ଗାଡିନଂ ଓଡି ୨୯ ଏ ୨୪୬୬ କୁ ଅଟକାଇ ଚେକିଂ କରିଲା ବେଳେ ତାହା ମଧ୍ୟରୁ ୨୦କେଜି ୫୦୦ଗ୍ରାମ ଗଞ୍ଜେଇ ବାହାରିଥିଲା।ଅବକାରୀ ବିଭାଗ ଏହି ଗାଡି ରେ ଥିବା କେନ୍ଦ୍ରାପଡା ଅଞ୍ଚଳର ଅଭିଯୁକ୍ତ ଅମରେନ୍ଦ୍ର ଷଡ଼ଙ୍ଗୀ କୁ ଗିରଫ କରିବା ସହିତ ଏହି ଗଞ୍ଜେଇ ଓ ଗାଡିକୁ ଜବତ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଆଇ ଆଇ ସି ବିଜୟ ଭୂଷଣ ନାୟକ ପ୍ରକାଶ କରିଛନ୍ତି।ଏହି ଚଢ଼ାଉରେ  ଆଇ ସି ବିପିନ ସାହୁ, ଏ ଏସ ଆଇ ଦୁଷ୍ମନ୍ତ କୁମାର ବସନ୍ତରା ,କନେଷ୍ଟବଳ ସୁନିଲ ବଳ, ଅଜୟ ଜେନା, ଈଶ୍ୱର ଟୁଡୁ, ଖଗେଶ୍ବର ବେହେରା ଓ ଗୀତାଞ୍ଜଳି ବେହେରା ଉପସ୍ଥିତ ଥିଲେ। (ଫଟ ଅଛି)
Nalco
Leave A Reply