Odisha news

ମଝି ଦରିଆରେ ଗୁଳି ଗୋଳା କମାଣ ର ଶବ୍ଦ

0
ପାରାଦୀପ :  ମଝି ଦରିଆ ରେ ଢୋ ଢ଼ା ଠୋ ଠା ର ଶବ୍ଦ | ଫୁଟିଲା ଗୁଳି ଗର୍ଜିଲା କମାଣ | ନୀଳ ଦରିଆର ନୀଳ ଢେଉ ରେ ପଇଁତରା ମାରିଲେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ | ଅଥଳ ଜଳ ରାଶି ରେ ପଡିଥିବା ଏକ ଲୋକ କୁ ଲଢ଼ୁଆ ହେଲିକପ୍ଟର ଯାଇ ତୁରନ୍ତ ଉଦ୍ଧାର ମଧ୍ଯ କଲା | ଏଭଳି ଦ୍ରୁଶ୍ୟ ଆଜି ଦିନ ତମାମ ଦେଖିବାକୁ ମିଳିଛି ପାରାଦୀପ ର୍ ଦୂର ସମୁଦ୍ର ମଧ୍ୟରେ | ଭାରତୀୟ ତଟରକ୍ଷୀ ବାହିନୀର ସ୍ଥାପନା ଦିବସ ଅବସରରେ ଗତ କାଲି ଓ ଆଜି ଦୁଇଦିନ ଧରି ଭାରତୀୟ ତଟରକ୍ଷୀ ବାହିନୀର ସମୁଦ୍ର ମଧ୍ୟରେ ଗୋଟିଏ ଦିନ ର କାର୍ଯ୍ୟକ୍ରମ କରାଯାଇଥିଲା | କିଛି ସାଧାରଣ ଜନତା , ବନ୍ଦର କର୍ମଚାରୀ ଓ ଏନସିସି କ୍ୟାଡେଡ ମାନଙ୍କୁ ନେଇ ପାରାଦୀପ ଉପକୁଳ ରୁ ଦୂର ସମୁଦ୍ର ମଧ୍ୟକୁ ଯାଇଥିଲା ଭରଦ ଏବଂ ବିଜୟ | ତାଙ୍କ ସହିତ ଥିଲେ ଦ୍ରୁତଗାମୀ ଚାର୍ଲି ବୋଟ ଓ ଆକାଶ ରେ ଥିଲେ ତଟରକ୍ଷୀ ବାହିନୀ ର ଲଢ଼ୁଆ ହେଲିକପ୍ଟର | ମଝି ସମୁଦ୍ର ମଧ୍ୟରେ ତଟରକ୍ଷୀ ବାହିନୀ ର ଯବାନ ମାନେ ଦକ୍ଷତାର ସହ ନିଜ କଳା କୌଶଳ ର ପାରଦର୍ଶିତା ଦେଖାଇଥିଲେ | କେତେବେଳେ ଟାର୍ଗେଟ କୁ ଲକ୍ଷ୍ୟ ଭେଦ କରୁଥିଲେ ତ କେତେବେଳେ ସମୁଦ୍ର ପାଣିରେ ବୁଡିବା ଆଉ ଉଦ୍ଧାର ହେବାର ଲାଇଭ ଦ୍ରୁଶ୍ୟ ମଧ୍ଯ ଦେଖାଉଥିଲେ | ଯାହାକୁ ଦେଖି ସାଧାରଣ ଜନତା ବେଶ ଆଶ୍ଚର୍ଯ୍ୟ ଚକିତ ହେବାସହ ଦେଶର ଗର୍ବ ଓ ଗୌରବ ଭାରତୀୟ ତଟରକ୍ଷୀ ବାହିନୀ ର ଅଦମ୍ୟ ପରାକ୍ରମର ପ୍ରତିଛବି ଦେଖି ନିଜକୁ ବେଶ ସୁରକ୍ଷିତ ମଣିଥିଲେ |

Leave A Reply